ନ୍ୟାସନାଲ ହେରାଲ୍ଡ ମାମଲା : ଜୁଲାଇ ଶେଷରେ ସୋନିଆଙ୍କୁ ହାଜର ହେବାକୁ କହିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Published By : Prameya-News7 Bureau | June 23, 2022 IST

ନୂଆଦିଲ୍ଲୀ ୨୩/୦୬ : ନ୍ୟାସନାଲ ହେରାଲ୍ଡ ମାମଲାର ମନିଲଣ୍ଡରିଙ୍ଗ ଅଭିଯୋଗର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋନିଆ ଗାନ୍ଧୀଙ୍କୁ ଜୁଲାଇ ମାସ ଶେଷରେ କୌଣସି ସମୟରେ ହାଜର ହୋଇ ନିଜର ବୟାନ୍ ଦେବାକୁ କହିଛନ୍ତି। ସୋନିଆ ଗାନ୍ଧୀ ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ  ତାଙ୍କର ହାଜର ହେବା ସମୟକୁ କିଛି ସପ୍ତାହ ବଢ଼ାଇବା ପାଇଁ ଆବେଦନ କରିଥିଲେ। ଇଡି ତାଙ୍କ ଆବେଦନକୁ ସ୍ୱୀକାର କରିଛି। ସୋନିଆଙ୍କୁ ଆଜି ବା ଜୁନ୍ ୨୩ ତାରିଖ ହାଜର ହେବା ପାଇଁ ପୂର୍ବରୁ ସମନ ଜାରି କରା ଯାଇଥିଲା। 

ବିଶେଷ ସୂତ୍ରଅନୁସାରେ କୁହାଯାଇଛିଯେ ତଦନ୍ତ ଏଜେନ୍ସି ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବିତ ପଚରାଉଚୁରାକୁ ୪ ସପ୍ତାହ ସ୍ଥଗିତ ରଖିଛି। ଜୁଲାଇ ଶେଷରେ ଯେକୌଣସି ସମୟରେ ଉପସ୍ଥିତ ହୋଇ ତାଙ୍କର ବୟାନ୍‌ ଦେବାକୁ ସୋନିଆଙ୍କୁ କୁହାଯାଇଛି। କଂଗ୍ରେସ ଅଧ୍ଯକ୍ଷାଙ୍କୁ ଇଡି ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଙ୍ଗ ଅଭିଯୋଗରେ ୨୩  ଜୁନ୍‌ରେ ହାଜର ହେବା ପାଇଁ ନୋଟିସ୍‌ ଦେଇଥିଲା। କୋଭିଡ୍‌ ପରବର୍ତ୍ତି ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସୋନିଆଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୨୦ରେ ତାଙ୍କୁ ସେଠାରୁ ଡିସ୍‌ଚାର୍ଜ କରା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.