ଜାତୀୟ ହସ୍ତତନ୍ତ ଦିବସ, ନୂଆପାଟଣା ଖଣ୍ଡୁଆପାଟ ପ୍ରତି ବଢୁଛି ଆଦର
7/08/2023 at 11:19 AM

ଆଠଗଡ ୦୭/୦୮: ସୋମବାର ଅର୍ଥାତ ଅଗଷ୍ଟ ୭ ରେ ଜାତୀୟ ହସ୍ତତନ୍ତ ଦିବସ । ସାରା ରାଜ୍ୟରେ ପାଳନ ହେଉଛି ଏହି ଦିବସ । ଓଡିଶାର ମାଣିଆବନ୍ଧୀ ଅବା ସମ୍ବଲପୁରୀ ବାନ୍ଧ ବସ୍ତ୍ରର ସାରା ବିଶ୍ୱରେ ରହିଛି ସ୍ୱତନ୍ତ୍ର ଚାହିଦା ।
ମାଣିଆବନ୍ଧୀ ଶାଢୀ ସହ ନୂଆପାଟଣା ଖଣ୍ଡୁଆପାଟ ପ୍ରତି ଧିରେ ଧିରେ ବିଦେଶୀନିଙ୍କ ସହିତ ସିନେ ଜଗତରେ ଏହି ବସ୍ତ୍ରର ବ୍ୟବହାର ବଢିବାରେ ଲାଗିଛି । କଟକ ଜିଲ୍ଲା ନୂଆପାଟଣା ପ୍ରସିଦ୍ଧ ବୁଣାକାରଙ୍କ ହାତ ତିଆରି ଖଣ୍ଡୁଆପାଟ ଜଗତର ନାଥ ଜଗନ୍ନାଥଙ୍କ ସହ ଜଡିତ । ହସ୍ତତନ୍ତଙ୍କୁ ପ୍ରୋତ୍ସାହିତ କରିବା ସହିତ ବୁଣାକାରମାନଙ୍କ ଆର୍ଥିକ, ସାମାଜିକ ଉନ୍ନତି ପାଇଁ ଏହି ଦିବସ ପାଳନ କରାଯାଉଛି ।
ସରକାରଙ୍କ ବୁଣାକାରଙ୍କ ପାଇଁ ଅନେକ ଯୋଜନା ହେଲେ ଆଜିବି ଅନେକ ଯୋଜନାରୁ ବଞ୍ଚିତ ଏହି ବୁଣାକାର ମାନେ । କେବଳ ମଜୁରି ପାଇଁ ହାତରେ ତିଆରି କରିଥିବା ବସ୍ତ୍ରକୁ ନେଇ ଲାଭ କରୁଛନ୍ତି ବଡବଡ ବ୍ୟବସାୟି। ଯେଉଁଥି ପାଇଁ ବୁଣାକାର ପରିବାରର ଯୁବ ସମାଜ ଏହି ବୃତ୍ତିରୁ ଦୂରେଇ ଯାଉଛନ୍ତି ।