Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରେଳ ଦୁର୍ଘଟଣା ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା, ପାଳନ ହେବନି ସରକାରୀ ଉତ୍ସବ

3/06/2023 at 12:40 PM

ଭୁବନେଶ୍ୱର ୦୩/୦୬: ଆଜି ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ବାହାନଗା ରେଳ ଦୁର୍ଘଟଣା ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଦିନିକିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାସହିତ କୌଣସି ସରକାରୀ ଉତ୍ସବ ପାଳନ ହେବନି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ବାହାନଗା ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି । ଦୁର୍ଘଟଣାରେ ୯୦୦ରୁ ଉର୍ଦ୍ଧ୍ଵ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ତାମିଲନାଡ଼ୁ ଦୁଇ ରାଜ୍ୟରେ ପାଳନ ହେବ ଦିନିକିଆ ଶୋକ । ୨ ରାଜ୍ୟରେ କୌଣସି ସରକାରୀ ଉତ୍ସବ ହେବ ନାହିଁ । ଏନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନାନୁଯାୟୀ, ବାଲେଶ୍ଵର ଡାକ୍ତରଖାନାରେ ୨୦୦ରୁ ଅଧିକ ଆହତ ଚିକିତ୍ସାଧୀନ ଅଛନ୍ତି । ପଶ୍ଚିମବଙ୍ଗ ଡାକ୍ତରୀ ଦଳ ସେଠାରେ ଉପସ୍ଥିତ ଅଛନ୍ତି। ସେହିପରି ପଶ୍ଚିମବଙ୍ଗର ୩୬ଟି ଆମ୍ଵୁଲାନ୍ସ ମଧ୍ୟ ବାଲେଶ୍ଵର ମେଡିକାଲରେ ମହଜୁଦ ଅଛନ୍ତି । ସେପଟେ ବାହନଗା ଆସୁଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ଓ ତାମିଲନାଡୁର ୩ ମନ୍ତ୍ରୀ । ସେମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ।

   Related Posts