ଖଲିସ୍ତାନୀ ସମର୍ଥକଙ୍କୁ ଜବାବ; ଲଣ୍ଡନ ଦୂତାବାସରେ ଉଡ଼ିଲା ବିଶାଳ ତ୍ରିରଙ୍ଗା, ଚିହିଁକି ଉଠିଲେ ପ୍ରଦର୍ଶନକାରୀ

Published By : Prameya-News7 Bureau | March 23, 2023 IST

ଲଣ୍ଡନ: ଲଣ୍ଡନ ଭାରତୀୟ ଦୂତାବାସରେ ଉଡ଼ିଲା ତ୍ରିରଙ୍ଗା । ଖଲିସ୍ତାନୀ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ ଭିତରେ ଲଣ୍ଡନ ଉଚ୍ଚ-ଆୟୋଗ ବିଲ୍ଡିଂରେ ଏକ ବିଶାଳକାୟ ତ୍ରିରଙ୍ଗା ପତାକା ଲଗାଯାଇଛି । ସୋମବାର ପ୍ରଦର୍ଶନକାରୀଙ୍କୁ ଜବାବ ଦେବା ଉଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

wp:html /wp:html

ସେପଟେ ଭାରତୀୟ ଉଚ୍ଚ-ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନରେ ପୁଣି ଚିହିଁକି ଉଠିଛନ୍ତି ଖଲିସ୍ତାନୀ ସମର୍ଥକ । ବୁଧବାର ପ୍ରାୟ ୨ ହଜାରରୁ ଅଧିକ ପ୍ରଦର୍ଶନକାରୀ ଦୂତାବାସ ବାହାରେ ଏକଜୁଟ୍ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । କଡ଼ା ସୁରକ୍ଷାବଳୟ ଭିତରେ ଉଗ୍ରବାଦୀ ଅମୃତପାଲର ସମର୍ଥକମାନେ ନାରାବାଜି କରିବା ସହିତ ପୋଲିସ ଉପରକୁ କାଳୀ ଭିଙ୍ଗିଥିଲେ । ଅନ୍ୟପଟେ ପ୍ରବାସୀ ଭାରତୀୟ ମଧ୍ୟ ‘ଜୟ ହିନ୍ଦ’ ନାରା ଲଗାଇଥିଲେ ।

wp:html /wp:html

ଏହାଛଡ଼ା ବିରୋଧୀଙ୍କୁ କଡା ଜବାବ ଦେବାକୁ ଯାଇ ଭାରତୀୟ ଉଚ୍ଚ-ଆୟୋଗ ଅଧିକାରୀ, ଲଣ୍ଡନରେ ଥିବା ନିଜ ବାସଭବନରେ ଏକ ବିଶାଳ ତ୍ରିରଙ୍ଗା ପତାକା ମଧ୍ୟ ଲଗାଇଛନ୍ତି । ଯେଉଁଥିରେ ପ୍ରଦର୍ଶନକାରୀମାନେ ରାଗିଯାଇ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ କର୍ମଚାରୀମାନଙ୍କୁ କିଛି ତରଳ ପଦାର୍ଥ ଭିଙ୍ଗିଥିଲେ । ଏହା ପରେ ସ୍କଟଲ୍ୟାଣ୍ଡ ୟାର୍ଡରେ ଥିବା ଭାରତୀୟ ଦୂତାବାସ ବାହାରେ ନାକାବନ୍ଦି କରାଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ କିଛି ଅତିରିକ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.