ଜାତୀୟ ଚଳଚ୍ଚିତ୍ର ସମ୍ମାନ: ଅଜୟ ଏବଂ ସୂର୍ଯ୍ୟାଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ

Published By : Prameya-News7 Bureau | October 01, 2022 IST

ମୁମ୍ଵାଇ ୦୧।୧୦: ବଲିଉଡ୍‌ ଫିଲ୍ମ ‘ତାନାଜୀ: ଦ ଅନ୍‌ସଙ୍ଗ ୱାରିଅର୍‌’ ପାଇଁ ଅଜୟ ଦେବଗନ ଓ ତାମିଲ ଫିଲ୍ମ ‘ସୁରାରାଇ ପୋଟ୍ଟ୍ରୁ’ ପାଇଁ ସୂର୍ଯ୍ୟାଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନର ଯୁଗ୍ମ ବିଜେତା ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଠାରୁ ଉଭୟ ଏହି ସମ୍ମାନସ୍ପଦ ପୁରସ୍କାର ଗ୍ରହଣ କରିଛନ୍ତି । ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ‘ତାନାଜୀ’ରେ ଅଜୟଙ୍କ ସହ ସୈଫ୍‌ ଅଲି ଖାନ୍‌ ଓ ଶରଦ କେଲକର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ୨୦୨୦ ମସିହାରେ ମୁକ୍ତିଲାଭ କରିଥିଲା ।

ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ମଧ୍ୟ ଥିଲା । ଫିଲ୍ମରେ ଅଜୟ ଜଣେ ଯୋଦ୍ଧା ଭୂମିକା ନିର୍ବାହ କରିଥିଲେ । ତାଙ୍କ ଚରିତ୍ର ଓ ପ୍ରଦର୍ଶନକୁ ଉଚ୍ଚ ସ୍ତରୀୟ ପ୍ରଶଂସା କରାଯାଇଥିଲା । ସୁଧା କୋନଗାରାଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ସୁରାରାଇ ପୋଟ୍ଟ୍ରୁ’ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ମୁକ୍ତିଲାଭ କରିଥିଲା । ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ସୂର୍ଯ୍ୟା ଓ ଅପର୍ଣ୍ଣା ବାଲାମୂରଲୀ । ନିକଟରେ ସୂର୍ଯ୍ୟା ନିଜ ପ୍ରଡକ୍ସନ୍‌ ହାଉସ୍‌ ଅଧୀନରେ ସମାନ ଟାଇଟଲ୍‌ରେ ଏହି ଫିଲ୍ମର ରିମେକ୍‌ ପ୍ରସ୍ତୁତ କରିବା ବିଷୟରେ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.