ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଘୋଷଣା: ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ସିନେମା
24/08/2023 at 6:15 PM

ନୂଆଦିଲ୍ଲୀ: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ‘ପ୍ରତୀକ୍ଷା’କୁ ଏହି ସମ୍ମାନ ମିଳିଛି। ଗତବର୍ଷ ଡିସେମ୍ବର ମାସରେ ଦମନ ସହିତ ଫି୍ଲ୍ମ ପ୍ରତୀକ୍ଷା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ସେତେବେଳେ ଏହି ଦମନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲେ ବି ପ୍ରତୀକ୍ଷା ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଟି ଥିଲା। ଏମିତି ହିନ୍ଦୀରେ ଏହି ଫିଲ୍ମକୁ କରିବାକୁ ଅନୁପମ ଖେର୍ ଆଗେଇ ଆସିଥିଲେ। ଏହା ହିନ୍ଦୀ ସଂସ୍କରଣ ସେ ପ୍ରୟୋଜନା କରିବା ସହ ବାପା ଭୂମିକାରେ ଅଭିନୟ କରିବାକୁ ଘୋଷଣା କରିଥିଲେ।
ବାପା-ପୁଅଙ୍କ ମଧ୍ୟରେ ଥିବା ଅବେଗପୂର୍ଣ୍ଣ ସମ୍ପର୍କକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ଅନୁପମ ପଟ୍ଟନାୟକ। ବିଶିଷ୍ଟ କଥାକାର ଗୌରହରି ପଟ୍ଟନାୟକଙ୍କ କ୍ଷୁଦ୍ର ଗଳ୍ପରୁ କାହାଣୀ ନେଇ ଏହି ଫିଲ୍ମଟି ତିଆରି କରାଯାଇଥିଲା। ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ରୋଶନ ବିଷୋଇ। ସେତେବେଳେ ଏହି ଫିଲ୍ମଟି ଦର୍ଶକଙ୍କ ଦ୍ୱାରା ବହୁ ଆଦୃତ ହେବା ସହ ଢେର ପ୍ରଶଂସା ସାଉଁଟି ଥିଲା।