ପ୍ରକାଶ ପାଇଲା ଜାତୀୟ ଶିକ୍ଷା ନୀତି: ପ୍ରଥମରୁ ବିଶ୍ବବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ସବୁ ଶ୍ରେଣୀର ବଦଳିବ ପାଠ୍ୟକ୍ରମ

Published By : Prameya-News7 Bureau | October 29, 2019 IST

ନୂଆଦିଲ୍ଲୀ୨୯|୧୦: ପ୍ରକାଶ ପାଇଲା ଜାତୀୟ ଶିକ୍ଷା ନୀତି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ୫୫ ପୃଷ୍ଠାର ଶିକ୍ଷାନୀତିକୁ ଆଜି ପ୍ରକାଶ କରାଯାଇଛି । ପ୍ରଥମରୁ ବିଶ୍ବବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ସବୁ ବର୍ଗର ପିଲା କିଭଳି ଉତ୍ତମ ଶିକ୍ଷା ପାଇବେ ସେନେଇ ବିସ୍ତୃତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

{"id":176606}

ଆସନ୍ତା ୨୦୩୦ ପର୍ଯ୍ୟନ୍ତ ବିଶ୍ବ ସ୍ତରୀୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରିବାକୁ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ପାଇଁ ନକ୍ସା ପ୍ରସ୍ତୁତ ହୋଇଛି ।

{"id":176607}

 ଯେହେତୁ ଏବେ ବିଗ୍ ଡେଟା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଙ୍ଗ ଆଦି ବ୍ୟବସ୍ଥା ପାଇଁ ଉଚ୍ଚ ଦକ୍ଷତା ସମ୍ପନ୍ନ ମାନବ ସମ୍ବଳ ଦରକାର ସେଥିପାଇଁ ପାଠ୍ୟକ୍ରମ ରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି ।

{"id":176608}

ସେହିଭଳି ଦିନକୁ ଦିନ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସହ ପାଣି ଓ ବିଜୁଳି ସମସ୍ୟା ଆଗକୁ ଉତ୍କଟ ହେବା ଆଶଙ୍କା ଥିବାରୁ ଏସବୁକୁ ଆଖିରେ ରଖି ପାଠ୍ୟଖସଡା ପ୍ରସ୍ତୁତ ହେବ ।

{"id":176609}

ସାରା ଦେଶର ପିଲାଙ୍କୁ ସମାନ ଶିକ୍ଷା ସୁବିଧା ଦେବାପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଗଣିତ, ସାହିତ୍ୟ, ସଂସ୍କୃତି ଠାରୁ ନେତୃତ୍ବ ନେବା, ଟିମ୍ ଓାର୍କ, କମ୍ୟୁନିକେସନ ସ୍କିଲ ଆଦି ବିଷୟରେ ଶିକ୍ଷାଦାନ କିଭଳି ପାଇବେ ପିଲାମାନେ ସେନେଇ ପାଠ୍ୟକ୍ରମରେ ପରିବର୍ତ୍ତନ ହେବ ।

{"id":176610}

ଶିକ୍ଷକଙ୍କ ସମସ୍ୟାକୁ ବି ନୂଆ ଶିକ୍ଷାନୀତିରେ ଗୁରୁତର ସହ ବିଚାରକୁ ନିଆଯାଇଛି ।

{"id":176611}

ସବୁ ସ୍କୁଲରେ ଭିତ୍ତିଭୂମି ସୁଧାର, ଶିକ୍ଷକ ପଦବୀ ପୂରଣ ଆଦି ଉପରେ ମଧ୍ୟ ନୂଆ ଶିକ୍ଷାନୀତିରେ ଫୋକସ ଦିଆଯାଇଛି । ୬ବର୍ଷ ଭିତରେ ପିଲାଙ୍କ ମସ୍ତିସ୍କ ୮୫ ପ୍ରତିଶତ ବିକାଶ ହୋଇଥାଏ । ଏସବୁକୁ ଆଧାରକରି ଏନସିଆରଟିକୁ ପାଠ୍ୟଖସଡା ପ୍ରସ୍ତୁତ କରିବାକୁ କୁହାଯାଇଛି ।

{"id":176612}

ସେହିଭଳି ଡ୍ରପ ଆଉଟ୍ ହୋଇଥିବା ପିଲା ପୁଣିଥରେ ସ୍କୁଲକୁ କିଭଳି ଫେରିବେ ସେନେଇ ବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ନୂଆ ଶିକ୍ଷା ନୀତିରେ ।

{"id":176613}

ପିଲାଙ୍କ ଦକ୍ଷତା ମାପିବା ପଦ୍ଧତି ବଦଳାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ସେହିଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ବସ୍ତରୀୟ ଶିକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଯୋଜନା କରାଯାଇଛି।  

{"id":176614}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.