ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଜାତୀୟ ଆଲୋଚନା ଚକ୍ର

Published By : Prameya-News7 Bureau | February 01, 2024 IST

ଭୁବନେଶ୍ୱର ୦୧।୦୨ : ମହର୍ଷି କଲେଜ ଏବଂ କଣ୍ଟାଵାଡସ୍ଥ ଆଇଆଇଏମଟିର ମିଳିତ ସହଯୋଗରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ । ଅଧ୍ୟକ୍ଷ ଶ୍ରୀମତୀ ମଞ୍ଜୁ ପଟ୍ଟନାୟକଙ୍କ ପୌରାହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ତେବେ ଏହି କାର୍ଯ୍ୟକ୍ରମରେ ଉତ୍ତର ପୂର୍ବାଞ୍ଚଳ ପାର୍ବତ୍ୟ ବିଶ୍ୱବିଦ୍ୟାଳୟ (ନେହୁ) ମ୍ୟାନେଜମେଣ୍ଟ ବିଭାଗର ମୁଖ୍ୟ ପ୍ରଫେସର କୈଳାଶ ଚନ୍ଦ୍ର ବିଶ୍ୱାଳ, ଆଇଆଇଏମ, ବାଙ୍ଗାଲୋରର ପ୍ରଫେସର ସନ୍ତୋଷ କୁମାର ମିଶ୍ର , ପୂର୍ବତନ ଜେନେରାଲ ମ୍ୟାନେଜର ବ୍ୟାଙ୍କ ଅଫ ଇଣ୍ଡିଆ ର ଶ୍ରୀ ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଭାରତର ଆର୍ଥିକ ବ୍ୟବସ୍ଥାରେ ୧୯୯୧ ମସିହାରେ ଏକ ବଡ ପରିବର୍ତ୍ତନ ଆସିବା ସଙ୍ଗେ ସଙ୍ଗେ ଦେଶରେ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ଭାରତ ର ଆର୍ଥିକ ସ୍ଥିତିକୁ ୩.୭୫ ଟ୍ରିଲିୟନ ଡଲାର ଏବଂ ସମଗ୍ର ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚାଇ ପାରିଛି । ଆର୍ଥିକ ବିକାଶ ହେବା ସହିତ ମାନବିକ ଅଧିକାରର ସୁରକ୍ଷା ହେବା ଦ୍ୱାରା ଲୋକମାନଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିଛି ବୋଲି ମତ ପ୍ରକାଶ କରିଥିଲେ ।

ସେହିପରି ପ୍ରାରମ୍ଭରେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ଼କ୍ଟର ଲୋକନାଥ ପରିଡା ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନା ଚକ୍ରର ବିଷୟକୁ ୟୁନେସ୍କୋ ଲେକଚର ସିରିଜ ଚେୟାର ପ୍ରଫେସର ଡ଼କ୍ଟର ଫ୍ରାନସିସିକୋ ବିଜିଆରିଲୋ ମନୋନୀତ କରିବା ସହିତ ଏହି ବିଷୟ ଉପରେ ଓଡିଶାର ବିଭିନ୍ନ ମହାବିଦ୍ୟାଳୟରେ ଆଇଆଇଏମଟିର ପ୍ରଫେସର ଡ଼ଃ ଶ୍ରୀକାନ୍ତ ପଟ୍ଟନାୟକଙ୍କ ସହାୟତାରେ ଆୟୋଜନ କରିଵା ପାଇଁ ପ୍ରସ୍ତାବ ଥିବାର ରହିଛି ବୋଲି ଆଇଆଇଏମଟିର ଡିନ୍ ଡ଼ଃ ଜଗମୋହନ ପଟ୍ଟନାୟକ କହିଥିଲେ । ଶେଷରେ ଅଧ୍ୟାପକ କଳିଙ୍ଗ ରଞ୍ଜନ ପ୍ରଧାନ ଧନ୍ୟବାଦ ଦେବା ସହିତ ଆସିଷ୍ଟାଣ୍ଡ ପ୍ରଫେସର ସୃଜନୀ ମହାନ୍ତି ଆଲୋଚନା ଚକ୍ରକୁ ସଂଯୋଜନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.