oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଜାତୀୟ ସିନେମା ଦିବସ: ସାରା ଦେଶରେ ମଲ୍ଟିପ୍ଲେକ୍ସରେ ଟିକେଟ୍ ଦର ୭୫ ଟଙ୍କା

23/09/2022 at 8:38 AM

ଭୁବନେଶ୍ୱର,୨୩/୦୯: ୧୫୦ କି ୫୦୦ ନୁହେଁ । ମାତ୍ର ଟଙ୍କା ୭୫ରେ ଦେଖିବେ ସିନେମା । ସେ ବଲିଉଡ ହେଉ କି ହଲିଉଡ । ଟଲିଉଡ ହେଉ କି ଓଲିଉଡ । ସେ ମଲ୍ଟିପ୍ଲେକ୍ସ ହେଉ କି ସିଙ୍ଗଲ୍‌ ସ୍କ୍ରିନ୍‌ । ସବୁଠି ଟିକଟ ଦର ସମାନ ଆଉ ସୁବିଧା ବି ସମାନ । ପିଭିଆର୍‌, ଆଇନକ୍ସ, ସିନେପଲିସ୍‌ ସମେତ ୪ ହଜାରରୁ ଅଧିକ ବଡ଼ ପରଦାରେ ଏହି ମଜା ନେବେ ଦର୍ଶକ । ସେଥିପାଇଁ କେବଳ ଭୁବନେଶ୍ୱର ନୁହେଁ ସାରା ଦେଶର କୌଣସି ହଲ୍‌ ଫାଙ୍କା ନାହିଁ । ସବୁଠି ହାଉସ୍‌ଫୁଲ୍‌ । ଟିକଟ ଦର କମ୍‌ ପାଇଁ ଏମିତି ଅବସ୍ଥା ହୋଇଛି । ଯାହା ଏକ ପ୍ରକାରର ଇତିହାସ ସୃଷ୍ଟି କରିଛି ।

ଶୁକ୍ରବାର ସାରା ଦେଶ ପାଳୁଛି ଜାତୀୟ ସିନେମା ଦିବସ । ସେଥିପାଇଁ ମଲ୍ଟିପ୍ଲେକ୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ସହାୟତାରେ ଆୟୋଜିତ ହୋଇଛି ଏହି ଦିବସ । ଆଉ ଏହି ପରିପ୍ରେକ୍ଷୀରେ ଦର୍ଶକଙ୍କୁ ଭିନ୍ନ ଅନୁଭୂତି ପରଷିବାକୁ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଛି ।

ଦର୍ଶକଙ୍କୁ ହଲ୍‌ ମୁହାଁ କରାଇବା ଏବଂ ଧୀରେ ଧୀରେ ହଲ୍‌ ଏବଂ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତାକୁ କମାଇବାକୁ ଅଣ୍ଟା ଭିଡ଼ିଛି ମଲ୍ଟିପ୍ଲେକ୍ସ ଆସୋସିଏସନ୍‌ । ସେମାନଙ୍କ ଆଶା ଏହାଫଳରେ ପୁଣି ଥରେ ଚଳଚଞ୍ଚଳ ହୋଇଉଠିବ ହଲ୍‌ । ରାତି ଅଧରୁ କାଉଣ୍ଟରରେ ଲାଗିବ ଲମ୍ବା ଧାଡ଼ି ଆଉ ପ୍ରେକ୍ଷାଳୟ ଭିତରେ ଶୁଭିବ ଗହଳି । କରୋନା କାଳରେ ଭୁଷୁଡ଼ି ପଡ଼ିଥିବା ଏହି ସିନେମା ଶିଳ୍ପକୁ ସଳଖିବା ଲାଗି ସଞ୍ଜୀବନ ହେଉଛି ସିନେମା ।

   Related Posts