AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ସୋଆରେ ଆୟୋଜିତ ହେବ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ

11/10/2018 at 12:02 AM

ଭୁବନେଶ୍ୱର ୧୦/୧୦ : ଶିଶୁମାନେ କିଭଳି ରଚନାତ୍ମକ ଢ଼ଙ୍ଗରେ କିଛି ନୂଆ କରି ଦେଖାଇବାରେ ସକ୍ଷମ ହୋଇପାରିବେ ସେ ନେଇ ସେମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରତ୍ୟେକ ବର୍ଷ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (ଏନ୍ସିଏସ୍ସି) ଆୟୋଜିତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଆସନ୍ତା ଡିସେମ୍ବର ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯିବ ।

୧୦ରୁ ୧୭ ବର୍ଷ ବୟସର ୮୦୦ ଜଣ ଛାତ୍ରଛାତ୍ରୀ ଏହି ବିଜ୍ଞାନ କଂଗ୍ରେସରେ ଯୋଗ ଦେବେ । ନ୍ୟାସ୍ନାଲ୍ କାଉନ୍ସିଲ୍ ଫର୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ୟୁନିକେସନ୍ (ଏନ୍ସିଏସ୍ଟିସି) ର ସହଯୋଗରେ ଆୟୋଜିତ ହେଉଥିବା ଏହି ବିଜ୍ଞାନ କଂଗ୍ରେସ୍ରେ ସ୍କୁଲ୍ରେ ପାଠ ପଢ଼ୁଥିବା ପିଲାଙ୍କ ସମେତ କିଛି ଭିନ୍ନକ୍ଷମ ଏବଂ ସ୍କୁଲ୍କୁ ଯାଉ ନଥିବା ଶିଶୁମାନେ ମଧ୍ୟ ସାମିଲ୍ ହେବେ । ଦେଶର ଜନସାଧାରଣଙ୍କ ପାଖରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପହଂଚାଇବାର ଦାୟିତ୍ୱ ନେଇଥିବା ଏନ୍ସିଏସ୍ଟିସି ଶିଶୁ ବିଜ୍ଞାନ କଂଗ୍ରେସ୍ ଭଳି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥାଏ । କେନ୍ଦ୍ର ସରକାରଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍ଟି) ଦ୍ୱାରା ସମର୍ଥିତ ଏହି କାର୍ଯ୍ୟକ୍ରମ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସଭାବେ ଆୟୋଜିତ କରାଯିବ ବୋଲି ସୋଆ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ବୁଧବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସ୧ିଳନୀରେ ପ୍ରକାଶ କରିଛନ୍ତି ।

ଏହି ବିଜ୍ଞାନ କଂଗ୍ରେସରେ ବିଭିନ୍ନ ରାଜ୍ୟର ଶିଶୁମାନଙ୍କ ସମେତ ଆସିଆନ୍ ଏବଂ ଗଲ୍ଫ ଦେଶର ଶିଶୁମାନେ ମଧ୍ୟ ଯୋଗ
ଦେବାର କାର୍ଯ୍ୟକ୍ରମ ରହିଛି । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ହେଉଛି “”ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ଦେଶ ପାଇଁ
ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନୂତନ ପ୍ରବର୍ତନ” ।
୧୯୯୩ ମସିହାରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି । ବିଜ୍ଞାନ କଂଗ୍ରେସରେ ଭାଗ ନେଉଥିବା ଶିଶୁଙ୍କ ବ୍ୟତିତ ପ୍ରାୟ ୪୦୦ ଶିକ୍ଷକ, ଗାଇଡ୍, ଶିଶୁଙ୍କୁ ସହଯୋଗ କରୁଥିବା ବ୍ୟକ୍ତି ଏବଂ ଅଭିଭାବକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନେକ ବିଶିଷ୍ଟ ବୈଜ୍ଞାନିକ, ଗବେଷକ ଏବଂ ମୂଲ୍ୟାଙ୍କନକାରୀ ମଧ୍ୟ ଏହି ବିଜ୍ଞାନ କଂଗ୍ରେସ୍ରେ ସାମିଲ ହେବେ ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି । କଂଗ୍ରେସର ଉଦ୍ଘାଟନ ସୋଆର କ୍ୟାମ୍ପସ୍ ୨ରେ ଥିବା ୧୪୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍ରେ ଆୟୋଜିତ କରାଯିବ । ଏହାଛଡା ଟେକନିକାଲ୍ ସେସନ ଗୁଡିକ ସହିତ ବିଭିନ୍ନ ପ୍ରଦର୍ଶନୀ ଏବଂ ଆଲୋଚନାଚକ୍ର କ୍ୟାମ୍ପସ୍ ୨ ରେ ଥିବା ଅନ୍ୟ ହଲ୍ଗୁଡ଼ିକରେ ଆୟୋଜିତ ହେବ ।

ଏହି ସାମ୍ବାଦିକ ସ୧ିଳନୀରେ ଏନ.ସି.ଏସ.ସି ଆୟୋଜନକାରୀ ନ୍ୟାସନାଲ ଏକାଡେମିକ୍ସ କମିଟିର ଚେୟାରମ୍ୟାନ ଡ.
ଟି.ପି.ରଘୁନାଥ କମିଟିର ସଦସ୍ୟ ଡ. ଲଳିତ ଶର୍ମା, ୨୬ତମ ଏନ.ସି.ଏସ.ସିର ପ୍ରମୁଖ ସଂଯୋଜକ ଡ. ଅନୁରାଗ ଶତପଥି,
ସୋଆ ନିର୍ଦ୍ଦେଶକ ଡ. ମାନସ କୁମାର ମଲ୍ଲିକ, ଡିନ ଗବେଷଣା ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଡିନ୍ (ଛାତ୍ର ମଙ୍ଗଳ) ଡ.
ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ ।
ଫୋକାଲ୍ ଥିମ୍ ଏବଂ ଆଇଡେଂଟିଫାଏଡ୍ ସବ୍ ଥିମ୍ଗୁଡ଼ିକ ଉପରେ ଶିଶୁମାନେ ସେମାନଙ୍କର ଗବେଷଣା ପ୍ରସୂତ ରିପୋର୍ଟ ଏହି ଟେକନିକାଲ୍ ସେସନରେ ଉପସ୍ଥାପନ କରିବେ ବୋଲି ଡ. ଶର୍ମା କହିଥିଲେ । ସମାଜରେ ରହିଥିବା ସମସ୍ୟା ଗୁଡ଼ିକର କାରଣ କ’ଣ ଏବଂ ଏସବୁକୁ ବିଜ୍ଞାନ ଭିତିକ ଚିନ୍ତାଧାରା ଅନୁଯାୟୀ କିପରି ସମାଧାନ କରାଯିବ ସେ ଦିଗରେ ଶିଶୁମାନେ ଚିନ୍ତା କରି ନିଜର ପ୍ରୋଜେକ୍ଟ ପ୍ରସ୍ତୁତ କରିବେ । ଏଥି ସହିତ ବିଭିନ୍ନ କାର୍ଯ୍ୟକୁ ସୁକ୍ଷ୍ମ ଭାବେ ପରଖିବା, ଉଚିତ୍ ପ୍ରଶ୍ନ ଉଠାଇବା, ପରିକଳ୍ପନା କରିବା, ମଡେଲ୍ ପ୍ରସ୍ତୁତ କରିବା, ବିଭିନ୍ନ ଫିଲ୍ଡ ୱାର୍କ, ଗବେଷଣା ଏବଂନୂଆ ଦିଗରେ ଚିନ୍ତା କରିବା ନେଇ ଶିଶୁମାନେ ଏହି ବିଜ୍ଞାନ କଂଗ୍ରେସ୍ରେ କାର୍ଯ୍ୟ କରିବେ । ନୂଆ ନୂଆ ଉଦ୍ଭାବନ କରିବା ନେଇ ଶିଶୁମାନଙ୍କୁ ପ୍ରୋତ୍ସାହନ କରାଇବା ଏହି ବିଜ୍ଞାନ କଂଗ୍ରେସର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ ।
ଶିଶୁ ବିଜ୍ଞାନ କଂଗ୍ରେସକୁ ପ୍ରଯୁକ୍ତି ଏବଂ ସାଂସ୍କୃତିକ କ୍ଷେତ୍ରରେ ନୂଆ ପରିଭାଷା ଦେବା ନିମନ୍ତେ ବିଭିନ୍ନ ରାଜ୍ୟ ଓ ଦେଶରୁ ଆସିଥିବା ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିବେ ।
ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପାଇଁ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆୟୋଜନ କରିବା ଏକ ଗର୍ବର ବିଷୟ । କେନ୍ଦ୍ର ମାନବସମ୍ବଳ ମବଣାଳୟ ଦ୍ୱାରା ପରିଚାଳିତ ହୋଇଥିବା ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ପକ୍ଷରୁ ସୋଆ ୨୦୧୮ ମସିହାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ତାଲିକାରେ ୨୪ତମ ସ୍ଥାନ ହାସଲକରିଛି ।

   Related Posts