ଦେଶକୁ ସମ୍ମାନ ଜଣାଇ ଏକ ମିନିଟ୍ ପାଇଁ ନିରବ ରହିବ ପୂରା ସହର; ସରକାର ଆଣିଲେ ଏମିତି ଯୋଜନା
16/08/2022 at 12:14 AM

ବେଙ୍ଗାଲୁରୁ ୧୫/୦୮: ସୋମବାର ସାରାଦେଶରେ ୭୬ ତମ ସ୍ୱଧୀନତା ଦିବସ ଓ ସ୍ୱାଧୀନତାର ଅମୃତ ମହତ୍ସୋବ ପାଳନ କରାଯାଉଛି। କିନ୍ତୁ କର୍ଣ୍ଣାଟକ ଏହାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିବ ବୋଲି ଜଣା ପଡ଼ିଛି। ଖବର ଅନୁସାରେ, ଦେଶକୁ ସମ୍ମାନ ଜଣାଇ କର୍ଣ୍ଣାଟକରେ ଅଗଷ୍ଟ ୧୬ ମଙ୍ଗଳବାର ଦିନ ସାମୁହିକ ଜାତୀୟ ସଙ୍ଗୀତ ଗାନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ରାଜ୍ୟର ପ୍ରତ୍ୟକ ସ୍ଥାନରେ ଥିବା ଟ୍ରାଫିକ ପୋଷ୍ଟଗୁଡ଼ିକ ବନ୍ଦ କରାଯିବ। ‘‘ସ୍ୱତନ୍ତ୍ର ଭାରତ ବଜ୍ରତ୍ସୋବୁଲ’’ ନାଁରେ ସ୍ୱାଧୀନତାର ଏହି ଉତ୍ସବକୁ କର୍ଣ୍ଣାଟକ ପାଳନ କରିବ। ଅଗଷ୍ଟ ୧୬ ପୂର୍ବାହ୍ଣ ୧୧:୩୦ ସମୟରେ ସମସ୍ତ ଟ୍ରାଫିକ ପୋଷ୍ଟକୁ ବନ୍ଦ କରାଯିବ ବୋଲି ସେଠାକାର ଟ୍ରାଫିକ ପୋଲିସ ଘୋଷଣା କରିଛି।
ହାଇଦ୍ରାବାଦରେ ମଙ୍ଗଳବାର ପୂର୍ବାହ୍ଣ ୧୧: ୩୦ ସମୟରେ ସମସ୍ତ ଜାଗାରେ ଡାକବାଜି ଯନ୍ତ୍ର ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯିବ। ଏଥିପାଇଁ ରାଜ୍ୟର ସମସ୍ତ ଜାଗାରେ ଟ୍ରାଫିକ ପରିଚଳନାକୁ ବନ୍ଦ କରାଯିବ। ସମସ୍ତ ଟ୍ରାଫିକ ପୋଷ୍ଟରେ ରେଡ୍ ସିହନାଲ୍(ନାଲି ରଙ୍ଗ) ହେବା ସହିତ ପୋଲିସ କର୍ମଚାରୀଙ୍କ ଦ୍ୱାରା ପୋଷ୍ଟକୁ ବନ୍ଦ କରାଯିବା ସହିତ ସମସ୍ତ ରାସ୍ତାଘାଟ ମଧ୍ୟ ବନ୍ଦ କରାଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ସୂଚନା ଦିଆଯାଇଥିଲା। ଏନେଇ କର୍ଣ୍ଣାଟକର ମୁଖ୍ୟ ଶାସନ ସଚିବ ସୋମେଶ କୁମାର କହିଛନ୍ତି ସମସ୍ତ ଗ୍ରାମପଞ୍ଚାୟତ, ପୌରାଞ୍ଚଳର ସମସ୍ତ ୱାର୍ଡ, ପ୍ରମୁଖ ଟ୍ରାଫିକ ଜଙ୍କସନ, ଶିକ୍ଷାନୁଷ୍ଠାନ, କାରାଗାର, ସରକାରୀ କାର୍ଯ୍ୟଳୟ ଓ ବଜାରରେ ୧୧: ୩୦ରେ ସାମୁହିକ ଜାତୀୟ ସଙ୍ଗୀତ ଗାନ ଆୟୋଜନ କରାଯିବ।
ସୋମେଶ କୁମାର କହିଛନ୍ତି ଜିଲ୍ଲାଧିକାରୀମାନେ ପୋଲିସ ଅଧିକ୍ଷକ ଓ କମିଶନରମାନଙ୍କ ସହିତ ମିଶି ଏହି ଆୟୋଜନ ପାଇଁ ମିଳିତ ଯୋଜନା କରିଛନ୍ତି। ମୁଖ୍ୟ ସଚିବ ରାଜ୍ୟର ସମସ୍ତଙ୍କୁ ଏଥିରେ ଭାଗନେବାକୁ ଅପିଲ କରି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶୃଙ୍ଖଳା ଓ ଅନୁଶାସନ ସହିତ ହେବ ବୋଲି ସେ କହିଛନ୍ତି।