ଆଜି ଶିଶୁ ଦିବସ ; ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୧୨୯ତମ ପୁଣ୍ୟ ଜୟନ୍ତୀ
Published By : Prameya-News7 Bureau | November 14, 2018 IST
ଭୁବନେଶ୍ବର ୧୪|୧୧: ଆଜି ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୧୨୯ତମ ପୁଣ୍ୟ ଜୟନ୍ତୀ । ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଭାବେ ନେହେରୁ ବିଶ୍ବ ଜନମାନସରେ ବେସ ସୁପରିଚିତ । ଛୋଟ ପିଲାମାନଙ୍କୁ ଖୁବ୍ ସ୍ନେହ ଆଦର କରୁଥିବା ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁଦିବସ ଭାବେ ପାଳନ କରିବାକୁ ଚାହିଁଥିଲେ । ପିଲାମାନେ ଖୁସୀରେ ତାଙ୍କୁ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ । ଆଜିର ଶିଶୁ ଆସନ୍ତା କାଲିର ନାଗାରିକ ହୋଇଥିବାରୁ ଶିଶୁମାନଙ୍କ ବୌଦ୍ଧିକ, ଶାରୀରିକ ମାନସିକ ସ୍ଥରରେ ଅଭିବୃଦ୍ଧି ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଶିଶୁ ଦିବସ ଅବସରରେ ଦେଶ ତଥା ରାଜ୍ୟର ଶିକ୍ଷାନୁଷ୍ଠାନ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।