scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଗାତାର ୧୦୦ ଟେଷ୍ଟ ଖେଳି ଇତିହାସ ରଚିଲେ ନାଥନ ଲିୟନ, ଖାସ୍ କ୍ଲବ୍‌ରେ ମାରିଲେ ଏଣ୍ଟ୍ରି

28/06/2023 at 5:27 PM

ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍‌ ଲର୍ଡ୍ସରେ ଖେଳା ଯାଉଛି। ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ନାଥନ ଲିୟନ ଚୂଡାନ୍ତ ଏକାଦଶରେ ସାମିଲ୍ ହେବା ସହ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଲିୟନ ଲଗାତାର ୧୦୦ ଟେଷ୍ଟ ଖେଳିବାରେ ପ୍ରଥମ ସ୍ପିନର ହୋଇଛନ୍ତି। ଏହି ରେକର୍ଡ କରିବାରେ ସେ ଦୁନିଆର ପ୍ରଥମ ବୋଲର ମଧ୍ୟ ହୋଇଛନ୍ତି।

Indian cricket team | Nathan Lyon grabs eight wickets as India stare at  defeat in third Test against Australia - Telegraph India

ଇଂଲଣ୍ଡ ବିପକ୍ଷ ଜାରି ଆସେସ୍ ସିରିଜର ଦ୍ଵିତୀୟ ମ୍ୟାଚ୍ ନାଥନ ଲିୟନଙ୍କ ୧୦୦ତମ ଟେଷ୍ଟ। ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବୋଲର ଲଗାତାର ୧୦୦ ମ୍ୟାଚ୍ ଖେଳି ପାରି ନାହାନ୍ତି। ଲଗାତାର ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାର ରେକର୍ଡ ଇଂଲଣ୍ଡର ଆଲିଷ୍ଟର କୁକ୍‌ଙ୍କ ନାମରେ ରହିଛି। ସେ ଇଂଲଣ୍ଡ ପାଇଁ ୧୫୯ ମ୍ୟାଚ୍ ଖେଳିଛନ୍ତି। ଦ୍ଵିତୀୟରେ ଅଛନ୍ତି ଅଷ୍ଟ୍ରେଲିଆର ଆଲାନ ବର୍ଡର। ତାଙ୍କ ନାମରେ ୧୫୩ ମ୍ୟାଚ୍ ରହିଛି। ଲଗାତାର ୧୦୭ ମ୍ୟାଚ୍ ସହ ମାର୍କ ଓ୍ଵ ତୃତୀୟରେ ଅଛନ୍ତି। ଭାରତର କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର ଲଗାତାର ୧୦୬ ମ୍ୟାଚ୍ ଖେଳି ଚତୁର୍ଥ ସ୍ଥାନରେ ରହିଛି। ପଞ୍ଚମ ସ୍ଥାନରେ ଅଛନ୍ତି ବ୍ରେଣ୍ଡନ ମ୍ୟାକକୁଲ, ଯିଏ ବର୍ତ୍ତମାନ ଇଂଲଣ୍ଡର ଟେଷ୍ଟ ଦଳର ମୁଖ୍ୟ କୋଚ୍। ସେ ଲଗାତାର ୧୦୧ ମ୍ୟାଚ୍ ଖେଳିଛନ୍ତି।

For me, it's about bowling ugly' in the UAE – Lyon

ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ଲିୟନ ୧୨୧ ଟେଷ୍ଟ ମ୍ୟାଚ୍‌ରେ ୪୯୫ ଓ୍ଵିକେଟ୍ ନେଇଛନ୍ତି। ସେ ଆସେସ୍ ସିରିଜରେ ଆଉ ଏକ ବଡ଼ ଉପଲବ୍ଧି ହାସଲ କରି ପାରନ୍ତି। ସେ ଟେଷ୍ଟରେ ୫୦୦ ଓ୍ଵିକେଟ୍ ହାସଲ କରିବାରେ କେବଳ ୫ଟି ଓ୍ଵିକେଟ୍ ଦୂରରେ ଅଛନ୍ତି। ଜାରି ଆସେସ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଲିୟନ ୮ ଓ୍ଵିକେଟ୍ ନେଇଛନ୍ତି।

ଲଗାତାର ୧୦୦ ଟେଷ୍ଟ ମ୍ୟାଚ୍ ଖେଳିଥିବା ଖେଳାଳି

୧୫୯- ଆଲିଷ୍ଟର କୁକ୍

୧୫୩- ଆଲାନ ବର୍ଡର

୧୦୭- ମାର୍କ ଓ୍ଵ

୧୦୬- ସୁନୀଲ ଗାଭାସ୍କର

୧୦୧- ବ୍ରେଣ୍ଡନ ମ୍ୟାକକୁଲମ

ଏ ଖବର ପଢନ୍ତୁ- ବିଶ୍ଵକପ୍ ୨୦୨୩: ଏହି ୨ ସହରରେ ଖେଳିବାକୁ ଚାହୁଁନି ପାକିସ୍ତାନ, କହିଲା- ସରକାରଙ୍କ ମଞ୍ଜୁରୀ ଉପରେ ନିର୍ଭର

   Related Posts