ରଶିଦ୍‌ଙ୍କ ଛକାରେ ସିଟ୍‌ରୁ ଉଠି ତାଳି ମାରିବାକୁ ଲାଗିଲେ ହାର୍ଦ୍ଧିକ୍‌ଙ୍କ ପତ୍ନୀ ନତାଶା,ଭିଡିଓ ଭାଇରାଲ୍‌

Published By : Prameya-News7 Bureau | April 28, 2022 IST

ମୁମ୍ବାଇ ୨୮।୦୪: ଚଳିତ ଆଇପିଏଲରେ ଗୁଜରାଟ  ଟାଇଟନ୍ସର  ବିଜୟ ଯାତ୍ରା ଅବ୍ୟାହତ ରହିଛି। ଋଦ୍ଧିମାନ ଶାହାଙ୍କ ଅର୍ଦ୍ଧଶତକ ପରେ ରାହୁଲ ତେଓ୍ଵତିଆ ଏବଂ ରଶିଦ ଖାନଙ୍କ ଅବିଶ୍ଵସନୀୟ ବ୍ୟାଟିଂ ବଳରେ ଗୁଜରାଟ ଟାଇଟନ୍ସ ରୋମାଞ୍ଚକର ବିଜୟରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଓ୍ଵିକେଟରେ ପରାସ୍ତ କରିଛି। ରଶିଦ ଖାନ ଶେଷ ବଲରେ ଛକା ମାରି ଦଳକୁ ବିଜୟୀ କରାଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ବିଜୟ ଯାତ୍ରାରେ ଲାଗିଛି ବ୍ରେକ। ଶେଷ ଓଭରରେ ରଶିଦ ଖାନ ଏବଂ ରାହୁଲ ତେଓ୍ଵତିଆ ୪ ଛକା ସହ ୨୫ ରନ କରି ଗୁଜରାଟ ଚମତ୍କାର ବିଜୟ ହାସଲ କରିଛି। ବିଜୟ ପରେ ବର୍ତ୍ତମାନ ଗୁଜରାଟ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ପହଞ୍ଚିଛି।

ତେବେ ଏହି ମ୍ୟାଚ୍‌ର ଶେଷ ଓଭରରେ ଯେତେବେଳେ ରଶିଦ୍‌ ଖାନ୍‌ ଶେଷ ଛକା ମାରିଲେ ଠିକ୍ ସେତେବେଳେ ଷ୍ଟାଡିୟମ୍‌ ରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କ ସହ ହାର୍ଦ୍ଧିକଙ୍କ ପତ୍ନୀ ନତାଶା ଷ୍ଟେନକୋଭିକ୍‌ ତାଙ୍କ ସିଟ୍‌ରୁ ଉଠିପଡିଥିଲେ। ଖୁସିରେ ଡେଇଁ ପଡି ତାଳି ମାରୁଥିଲେ। ଏହି ସମୟରେ ହାର୍ଦ୍ଧିକ୍‌ଙ୍କୁ ମଧ୍ୟ ବହୁତ ଖୁସି ଥିବାର ଦେଖିବାକୁ ଜଣା ପଡିଥିଲା । ଏହି ଖୁସିର ମୂହୁର୍ତ୍ତକୁ କ୍ୟାମେରାରେ କଏଦ କରାଯାଇଛି ।

wp:html /wp:html

ରଶିଦ୍‌ ଛକା ମାରିବା ମାତ୍ରେ ଗୋଟିଏ ହାତରେ ବ୍ୟାଟ୍‌ ଉଠାଇ ପଡିଆରେ ଦୌଡିବାକୁ ଲାଗିଲେ। ସେହି ସମୟରେ ରାହୁଲ୍‌ଙ୍କର ମଧ୍ୟ ଖୁସିର ସୀମା ନଥିଲା। ବିଜୟ ପରେ ରଶିଦ୍‌ କହିଥିଲେ କି- ଟାର୍ଗେଟ୍ କଷ୍ଟସାଧ୍ୟ ଥିଲା, କିନ୍ତୁ ଅସମ୍ଭବ ନୁହେଁ । ମୋ ବ୍ୟାଟିଂ ଉପରେ ମୋର ବିଶ୍ୱାସ ଥିଲା କି ମୁଁ କରିପାରିବି । ମୁଁ ତେୱତିଆଙ୍କୁ କହିଲି ଭୟଭୀତ ହୁଅ ନାହିଁ ଏବଂ ମ୍ୟାଚ୍ ଶେଷ କରିବା ସନରାଇଜର୍ସଙ୍କ ବିପକ୍ଷରେ ଏହିପରି ପ୍ରଦର୍ଶନ କରି ଖୁସି ଲାଗୁଛି । ଏହି ବିଜୟର ଭିଡିଓ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଅଫିସିଆଲ୍‌ ଆକାଉଣ୍ଟରୁ ସେୟାର କରାଯାଇଛି । ଯାହା ବର୍ତ୍ତମାନ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.