ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ, ୧୨୦ ଦିନ ଭିତରେ ସରିବ କାମ

Published By : Prameya-News7 Bureau | November 17, 2023 IST

ପୁରୀ ୧୭/୧୧: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ । ବିମ୍‌ରେ ଫାଟ ଥିବାରୁ ଏଏସାଆଇ ପକ୍ଷରୁ କରାଯାଉଛି ମରାମତି କାର୍ଯ୍ୟ । ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ ଚାଲିବ ମରାମତି କାର୍ଯ୍ୟ । ମରାମତି ପୂର୍ବରୁ ଚାଲିଛି ଲୁହା ଭାରା ବନ୍ଧା କାର୍ଯ୍ୟ । ୧୨୦ ଦିନ ଭିତରେ ନାଟମଣ୍ଡପ ମରାମତି କାର୍ଯ୍ୟ ସାରିବା ପାଇଁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।

ହାଇକୋର୍ଟଙ୍କ ଛାଟ ପରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନିମନ୍ତେ ଗୁରୁବାର ଅପରାହ୍ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା ଜରୁରୀ ବୈଠକ । ଏଥିରେ ମରାମତି କାମ ଲାଗି ଏଏସ୍ଆଇକୁ ଏନ୍ଓସି ଦିଆଯାଇଛି । ଫଳରେ ଶୁକ୍ରବାରଠୁ ନାଟମଣ୍ଡପ ମରାମତି ନିମନ୍ତେ ଭାରା ଓ ମଞ୍ଚା ବାନ୍ଧିବା କାମ ଏଏସ୍ଆଇ କରିବ । ସେମାନେ ଶୁକ୍ରବାରଠାରୁ ବିମ୍ବି ତଳେ ଥିବା ଫାଟ ମରାମତି ନିମନିନ୍ତେ ଭାରା ବାନ୍ଧି କାମ କରିବେ ।

ସକାଳ ୬ରୁ ରାତି ୧୦ଟା ଭିତରେ କାମ କରିବାକୁ ଏଏସ୍ଆଇକୁ ଅନୁମତି ଦିଆଦିଛି । କାର୍ତ୍ତିକ ମାସ ଲାଗି ବିଶେଷ ନୀତି ଓ ଶ୍ରଦ୍ଧାଳୁଙ୍କ ଭିଡ଼ ରହିଥିବାରୁ ପ୍ରତିଦିନ ୬ ଘଣ୍ଟା କାମ କରିବାରେ ଅସୁବିଧା ବି ହୋଇପାରେ । ତେଣୁ ଅସୁବିଧାକୁ ପରିଲକ୍ଷିତ କରି ସେମାନେ କାମ କରିବେ । କାର୍ତ୍ତିକ ନୀତି ସରିବା ପରେ ସେମାନେ କାମକୁ ଜୋରଦାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.