ନିଜ ଠାରୁ ୧୬ ବର୍ଷ ବଡ ବିବାହିତା ମହିଳାଙ୍କୁ ଭଲ ପାଉଥିଲେ ନାସିରୁଦ୍ଦିନ, ପରିବାର ସହ ଝଗଡା କରି ବିବାହ କରିଥିଲେ ହେଲେ ରହିଲାନି ସମ୍ପର୍କ

Published By : Prameya-News7 Bureau | July 20, 2020 IST

ମୁମ୍ବାଇ ୨୦/୦୭ : ବରିଷ୍ଠ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହଙ୍କର ଆଜି ଜନ୍ମଦିନ | ସେ ଅନେକ ଫିଲ୍ମରେ ଉଭୟ ପଜିଟିଭ ଓ ନେଗେଟିଭ ଭୂମିକାରେ ଅଭିନୟ କରିଛନ୍ତି | ତାଙ୍କର ଦକ୍ଷ ଅଭିନୟ ଯୋଗୁଁ ନାସିରୁଦ୍ଦିନ ଶାହଙ୍କୁ ଲୋକେ ବହୁତ ପସନ୍ଦ କରନ୍ତି | ବିଶେଷକରି ତାଙ୍କ ଫିଲ୍ମଗୁଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି | ନାସିରୁଦ୍ଦିନ ଶାହଙ୍କର ୭୦ତମ ଜନ୍ମଦିନ | ୧୯୫୦ ମସିହା ଜୁଲାଇ ୨୦ ତାରିଖରେ ସେ ଜନ୍ମ ହୋଇଥିଲେ | ସେ ଏବେ ମଧ୍ୟ ଫିଲ୍ମରେ ସକ୍ରିୟ ଅଛନ୍ତି | ତାଙ୍କ ଲଭ ଲାଇଫ ମଧ୍ୟ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ |

{"id":303169,"sizeSlug":"large"}

୧୯ ବର୍ଷ ବୟସରେ ପରିବାର ସହ ତାଙ୍କର ଝଗଡା ହୋଇଥିଲା | ସେ ନିଜ ଠାରୁ ୧୬ ବର୍ଷ ବଡ ମନାରା ସିକ୍ରିଙ୍କୁ ବିବାହ କରିଥିଲେ | ସେତେବେଳେ ନାସିରୁଦ୍ଦିନଙ୍କ ପରିବାର ତାଙ୍କ ବିବାହକୁ ନେଇ ଖୁସି ନଥିଲେ | ନିଜ ଠାରୁ ୧୬ ବର୍ଷ ବଡ ମନାରାଙ୍କୁ ବିବାହ କରିବାକୁ ସମସ୍ତେ ତାଙ୍କୁ ମନା କରିଥିଲେ | କିନ୍ତୁ ସେ କାହା କଥା ଶୁଣିନଥିଲେ | ନାସିରୁଦ୍ଦିନ ମନାରାଙ୍କ ପ୍ରେମରେ ପାଗଳ ଥିଲେ | ମନାରା ବିବାହିତା ଥିଲେ ଓ ତାଙ୍କର ଗୋଟିଏ ଶିଶୁ ମଧ୍ୟ ଥିଲା | ମନାରା ନାସିରୁଦ୍ଦିନଙ୍କୁ ବିବାହ କରିଥିଲେ | ଉଭୟଙ୍କ ଗୋଟିଏ ଝିଅ ଅଛି ଯାହା ନାଁ ହିବା ଶାହ | କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ବେଶୀ ଦିନ ଗଲାନି | ନାସିରୁଦ୍ଦିନ ଓ ମନାରା ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ |

{"id":303170,"width":580,"height":422,"sizeSlug":"large"}

ଏହାପରେ ନାସିରୁଦ୍ଦିନ ରତ୍ନା ପାଠକଙ୍କୁ ଭେଟିଥିଲେ | ଉଭୟ ୧୯୮୨ ମସିହାରେ ବିବାହ କରିଥିଲେ | ରତ୍ନା ନାସିରୁଦ୍ଦିନଙ୍କୁ ବିବାହ କରିବାକୁ ମୁସଲମାନ ଧର୍ମ ଗ୍ରହଣ କରିଥିଲେ | ରତ୍ନାଙ୍କ ବିବାହ କରିବାର କିଛି ଦିନ ପରେ ନାସିରୁଦ୍ଦିନଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା | ପ୍ରଥମ ପତ୍ନୀର ଦେହାନ୍ତ ପରେ ତାଙ୍କ ପ୍ରଥମ ଝିଅ ହିବା ନାସିରୁଦ୍ଦିନଙ୍କ ସହିତ ରହୁଥିଲେ | ନାସିଉଦ୍ଦିନ ଓ ରତ୍ନାଙ୍କର ଦୁଇଟି ପୁଅ ଅଛନ୍ତି, ଈମାଦ ଓ ଵିଵାନ | ଵିଵାନ ମଧ୍ୟ କିଛି ଫିଲ୍ମରେ କାମ କରିଛନ୍ତି | ବିଶାଲ ଭରଦ୍ୱାଜଙ୍କ ଫିଲ୍ମ 'ସାତ ଖୁନ ମାଫ'ରେ ତାଙ୍କୁ ଦେଖିବାକୁ ମିଳିଥିଲା | 

{"id":303168,"sizeSlug":"large"}

ନାସିରୁଦ୍ଦିନ ଶାହଙ୍କ ଫୀମ ଆକ୍ରୋଶ, ସ୍ପର୍ଶ, ମିର୍ଚ୍ଚ ମସଲା, ଭବାନୀ ଭବଇ, ଅର୍ଥ ସତ୍ୟ, ମଣ୍ଡି, ସରଫରୋସ, ୱେଡ୍‌ନେସ୍‌ଡେ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.