କ୍ରିକେଟ୍‌ରେ ହିଟ୍ ପରେ ଅଭିନେତା ହେବେ ଏହି ପାକ୍ ଖେଳାଳି, ଫିଲ୍ମରେ ଅଭିନୟ କରିବାକୁ ଚାଲିଛି ତୟାରି !

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲୀ ୨୪/୧୧: ନସିମ ଶାହା । ପାକିସ୍ତାନୀ କ୍ରିକେଟର । ଦ୍ରୁତ ବୋଲିଂ ପାଇଁ ସେ ବେଶ୍ ଫେମସ୍ । କ୍ରିକେଟ୍, ଲଭ୍ ବ୍ୟତୀତ ନସିମ ଶାହା ତାଙ୍କର ଗୁଡ୍ ଲୁକ୍ସ, ଡ୍ୟାସିଂ ଚେହେରା ପାଇଁ ବି ସବୁରି ପ୍ରିୟର ପାତ୍ର । କିନ୍ତୁ ବର୍ତ୍ତମାନ ଏପରି ଏକ ଖବର ଆସୁଛି, ଯାହା ଶୁଣି ନସିମ ଶାହାଙ୍କ ପ୍ରଶଂସକଙ୍କ ଖୁିସି ଦ୍ୱୁଗୁଣିତ ହେବାକୁ ଯାଉଛି । ଆଉ ସେହି ଖବରଟି ହେଉଛି ପାକିସ୍ତାନର ହ୍ୟାଣ୍ଡସମ୍ ହଙ୍କ କ୍ରିକେଟର ନସିମ ଶାହା କ୍ରିକେଟ୍ ପରେ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି ।

wp:html /wp:html

ବାସ୍ତବରେ, ପାକିସ୍ତାନର ପୂର୍ବତନ କ୍ରିକେଟର ୱାକର ୟୁନିସ ନସିମ ​​ଶାହାଙ୍କ ବୋଲିଂ ଦକ୍ଷତାକୁ ପ୍ରଶଂସା କରିବା ସହ ଅଭିନୟରେ ଏଣ୍ଟ୍ରି କରିବା ନେଇ ଇଙ୍ଗିତ ଦେଇଛନ୍ତି । ଯାହା ପରେ ଚର୍ଚ୍ଚା ହେଉଛି ଯେ, ସେ ଖୁବଶୀଘ୍ର ଅଭିନୟ ଜଗତରେ ପାଦ ଦେବ ବୋଲି ଚର୍ଚ୍ଚା ହେଉଛି ।

ୱାକର ୟୁନିସ୍ ନସିମ ​​ଶାହାଙ୍କ ବୋଲିଂ କୌଶଳକୁ ପ୍ରଶଂସା କରିବା ସହ ଅଭିନୟରେ ଆସିବାର ସୂଚନା ଦେଇଥିବାର ନଜର ଆସିଥିଲେ । ନିକଟରେ ୱାକର ୟୁନିସ୍ ସୋସିଆଲ ମିଡିଆରେ ନାସିମ ଶାହାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି- ନଜର ରଖିଥିବେ, କିଛି ବଡ ଧରଣର ହେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.