ନୂଆଦିଲ୍ଳୀ ୧୦/୦୬: ଟି-୨୦ ବିଶ୍ୱକପ୍ ୨୦୨୪ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଶୋଚନୀୟ ଭାବେ ହରାଇଛି ଭାରତ। ମୁକାବିଲାରେ ପାକିସ୍ତାନକୁ ୧୨୦ ରନ୍ କରିବାର ଥିଲା । କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ମାଟି କାମୁଡିଥିଲେ ପାକ୍ ବ୍ୟାଟର । ଦମଦାର ବୋଲିଂ ଆଗରେ ଗଳିପଡିଥିଲା ଗୋଟିଏ ପରେ ଗୋଟିେଏ ଓ୍ୱିକେଟ ।
Even Naseem Shah, our young bowler, played better than our highly paid batsmen. The time has come, if you’re not performing well, please resign gracefully and let others join. It’s time to take strict decisions, or they’ll never understand. #PakvsIndpic.twitter.com/kkV9LZntFX
— Saad Kaiser 🇵🇰 (@TheSaadKaiser) June 9, 2024
ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୧୧୩ ରନ୍ କରିଥିଲା ପାକିସ୍ତାନ । ତେବେ ପାକିସ୍ତାନର ଏହି ପରାଜୟ ପରେ ସ୍ପିଡ ବୋଲର ନସୀମ ଶାହା ନିଜ ଭାବନାକୁ କରିପାରିନଥିଲେ କଣ୍ଟ୍ରୋଲ । ମ୍ୟାଚ୍ ପରେ କାନ୍ଦି କାନ୍ଦି ମୈଦାନରୁ ବାହାରକୁ ଆସିଥିଲେ । ଏହି ସମୟରେ ତାଙ୍କର ସାଥୀ ଖେଳାଳି ଶାହୀନ ଆଫ୍ରିିଦି ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ଏହାସହ ଟିମ୍ର ଅନ୍ୟ ସପୋର୍ଟ ଷ୍ଟାଫ୍ ବି ତାଙ୍କୁ ବୁଝାଉଥିବାର ନଜର ଆସିଥିଲେ ।
Rohit Sharma appreciating the efforts of Naseem Shah after the match. He asked him to not cry. What a moment ❤️❤️❤️#T20WorldCup #PAKvsIND #INDvsPAK #tapmad #HojaoADFree pic.twitter.com/YNnLEbra8h
— Farid Khan (@_FaridKhan) June 9, 2024
ଏହାରି ଭିତରେ ପଡିଆରେ ଭାରତୀୟ କ୍ୟାପଟେନ୍ ରୋହିତ ଶର୍ମା ବି ନସୀମଙ୍କ ଦୁଃଖ ବୁଝାବାକୁ ତାଙ୍କ ପିଠିରେ ହାତ ବାଡେଇଥିଲେ । ତାଙ୍କର ମନୋବଳ ବଢାଇବାକୁ ଯାଇ ରୋହିତ ଏପରି କରିଥିଲେ । ଯାହାକି ସେଠାରେ ଥିବା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ।
କହିବାକୁ ଗଲେ ବିଶ୍ୱକପ୍ରେ ଭାରତୀୟ ଟିମ୍ର ଏହା ଲଗାତାର ଦ୍ୱିତୀୟ ବିଜୟ । ଏହା ପୂର୍ବରୁ ଆୟର୍ଲାଣ୍ଡକୁ ୮ ଓ୍ୱିକେଟରେ ହରାଇଥିଲା । ଦ୍ୱିତୀୟ ଥର ପାକିସ୍ତାନ ଟିମ୍କୁ ହରାଇ ଲଗାତାର ଏହା ଦ୍ୱିତୀୟ ବିଜୟ । ତେବେ ପାକିସ୍ତାନର ବି ଏହା ଦ୍ୱିତୀୟ ପରାଜୟ । କାରଣ ଏହା ପୂର୍ବରୁ ଆମେରିକା ବି ପାକିସ୍ତାନକୁ ହରାଇଥିଲା ।