ଏହି ଅଭିନେତ୍ରୀଙ୍କୁ ପ୍ରେମ କରୁଛନ୍ତି ପାକିସ୍ତାନୀ କ୍ରିକେଟର, ଇନଷ୍ଟାରେ କଲେ ଫଲୋ
13/09/2022 at 9:42 AM

ନୂଆଦିଲ୍ଲୀ ୧୩/୦୯: ପାକିସ୍ତାନୀ କ୍ରିକେଟର ନସିମ ଶାହା ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଲଭ୍ ରିଲେସନକୁ ନେଇ ପୁଣି ଥରେ ଚର୍ଚ୍ଚା । ନିକଟରେ ଏସିଆ କପରେ ପାକିସ୍ତାନ- ଭାରତ ସହ ମ୍ୟାଚ୍ ଦେଖୁଥିବା ବେଳେ ଉର୍ବଶୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ସେବେଠାରୁ ନସିମ ଉର୍ବଶୀଙ୍କ ସହ ସୋସିଆଲ ମିଡିଆରେ ନଜର ଆସିଥିଲେ । ହେଲେ ଏବେ ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବାକୁ ନେଇ ଲାଇମଲାଇଟରେ ଅଛନ୍ତି ।
ସୂଚନା ଥାଉକି, ଯେତେବେଳେ ନସିମ ଏବଂ ଉର୍ବଶୀଙ୍କ ନାଁକୁ ଯୋଡି ଚର୍ଚ୍ଚା ହେଉଥିଲା, ଏହି ପ୍ରଶ୍ନର ଉତ୍ତରରେ ନସିମ ଏକ ସାକ୍ଷାତକାରରେ କହିଥିଲେ ଯେ ଉର୍ବଶୀ କିଏ, ସେ ଜାଣନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ନସିମଙ୍କ ଇନଷ୍ଟାଗ୍ରାମ ଫଲୋଅର ତାଲିକାର କିଛି ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Relax guys Naseem Shah unfollowed Urvashi 😂#UrvashiRautela #NaseemShah pic.twitter.com/TVkD8L3IHy
— MUSKAN 🇵🇰 (@Musskey) September 12, 2022
ଏହି ସ୍କ୍ରିନସଟ୍ ସେୟାର କରି ପ୍ରଶଂସକମାନେ ବର୍ତ୍ତମାନ ଉଭୟଙ୍କୁ ଖୁବ୍ ଜୋରରେ ଟ୍ରୋଲ କରୁଛନ୍ତି । ବାସ୍ତବରେ, ଉର୍ବଶୀଙ୍କ ଭିଡିଓ ସେୟାର କରିବା ସହିତ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ୪ ସେପ୍ଟେମ୍ବରରେ ଉର୍ବଶୀ ଇଣ୍ଡୋ-ପାକ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ । ମ୍ୟାଚ୍ ପରେ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନସିମଙ୍କ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନସିମ ହସୁଥିବା ଦେଖିବାକୁ ମିଳିଥିଲା । ସେତେବେଳେ ଉର୍ବଶୀ ତାଙ୍କୁ ଦେଖି ଟିକେ ଲାଜେଇ ଯାଇଥିଲେ । ଭିଡିଓ ସେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ମିମ ସବୁ ଦେଖିବାକୁ ମିଳିଥିଲା ।
ପୂର୍ବରୁ ଉର୍ବଶୀ ଏବଂ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ମଧ୍ୟରେ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ କିଛି ମତଭେଦ ହେତୁ ପରସ୍ପର ଅଲଗା ହୋଇଥିବା ଜଣାପଡିଛି । ଯାହକୁ ନେଇ ଉଭୟଙ୍କୁ ଟ୍ରୋଲ କରାଯାଉଥିଲା ।