ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ନାସାକୁ ମିଳିଲା ଅଜବ ଦ୍ୱୀପ, ମାତ୍ର ୭ ଦିନରେ ୬ ଗୁଣା ବଢିଲା ଆକାର

27/09/2022 at 10:25 PM

ନୂଆଦିଲ୍ଲୀ: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ଅଷ୍ଟ୍ରେଲିଆ ନିକଟ ଦକ୍ଷିଣପଶ୍ଚିମ ପ୍ରଶାନ୍ତ ମହାସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ ହେବାର କିଛି ଘଣ୍ଟା ପରେ ଏକ ଦ୍ୱୀପ ଦେଖିଥିଲା । ଚଳିତ ମାସ ଆରମ୍ଭରେ କେନ୍ଦ୍ରୀୟ ଟୋଙ୍ଗା ଦ୍ୱୀପରେ ହୋମ ରିଫ୍ ଜ୍ୱାଳାମୁଖୀ ଲାଭା, ଧୂଆଁ ବାହାର କରିବା ଆରମ୍ଭ କରିଥିଲା । ଏହାର ଆଖପାଖ ଅଞ୍ଚଳରେ ପାଣିର ରଙ୍ଗ ବଦଳି ଯାଇଥିଲା । କିନ୍ତୁ ପୃଥିବୀ ଉପରେ ନଜର ରଖୁଥିବା ନାସାର ବିଭାଗ ଅନୁସାରେ, ଏହି ଜ୍ୱାଳାମୁଖୀରେ ବିସ୍ଫୋରଣର ୧୧ ଘଣ୍ଟା ପରେ ପାଣି ଉପରେ ଏକ ଦ୍ୱୀପ ଦେଖିବାକୁ ମିଳିଥିଲା । ସାଟେଲାଇଟ୍ ଜରିଆରେ ଏହି ଦ୍ୱୀପର ଫଟୋ ନିଆଯାଇଛି ।

ନାସାର ସୂଚନା ଅନୁସାରେ, ନୂଆ ଦ୍ୱୀପ ଶୀଘ୍ର ବଡ଼ ଆକାର ନେଇଥିଲା। ସେପ୍ଟେମ୍ୱର ୧୩ରେ ବୈଜ୍ଞାନିକମାନେ ଟୋଙ୍ଗାର ଜିୟୋଲଜିକଲ ସର୍ଭିସ ସହ ମିଶି ଏହି ଦ୍ୱୀପର ଆକାର ପ୍ରାୟ ୪୦୦୦ ବର୍ଗ ମିଟର ଅର୍ଥାତ ଏକ ଏକର ହୋଇଥିବା କହିଥିଲେ । ଏହାସହ ସମୁଦ୍ର ପତନରୁ ଏହାର ଉଚ୍ଚତା ୧୦ ମିଟର ଅର୍ଥାତ ପ୍ରାୟ ୩୩ ଫୁଟି ଥିବା କୁହାଯାଇଥିଲା । ତେବେ ସେପ୍ଟେମ୍ୱର ୨୦ରେ ବୈଜ୍ଞାନିକମାନେ ସୂଚନା ଦେଇ ଏହି ଦ୍ୱୀପର ଆକାର ବଢି ୨୪୦୦୦ ବର୍ଗ ମିଟର ହୋଇଥିବା କହିଥିଲେ। ଏହା ପ୍ରାୟ ୬ ଏକର ହୋଇଥିଲା।

ଆମେରିକା ସ୍ପେସ ଏଜେନ୍ସି ଅନୁସାରେ ଏହି ନୂଆ ଦ୍ୱୀପ ସେଣ୍ଟ୍ରାଲ ଟୋଙ୍ଗା ଆଇଲ୍ୟାଣ୍ଡରେ ହୋମ ରିଫ୍ ସୀମାଉଣ୍ଟ ଉପରେ ହୋଇଛି । କିନ୍ତୁ ଏହି ଦ୍ୱୀପ ସବୁବେଳ ରହିବ ନାହିଁ ବୋଲି ଏଜେନ୍ସି କହିଛି।  

   Related Posts