ସମ୍ପୂର୍ଣ୍ଣ ଲାଲ୍ ନୁହେଁ ମଙ୍ଗଳ ଗ୍ରହ, ହଳଦିଆ ଓ ନୀଳ ରଙ୍ଗର ରହିଛି ସୁନ୍ଦର ସମାହାର, ନାସା ସେୟାର କଲା ଫଟୋ
12/04/2021 at 9:50 AM

ନ୍ୟୁୟର୍କ,୧୨/୦୪: ମଙ୍ଗଳକୁ ଲାଲ୍ ଗ୍ରହ କୁହାଯାଏ । କିନ୍ତୁ ରବିବାର ନାସା ଏପରି କିଛି ଫଟୋ ସେୟାର କରିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଆମେରିକୀୟ ମହାକାଶ ସଂସ୍ଥା ନାସା ମଙ୍ଗଳ ଗ୍ରହର ନୀଳ ରଙ୍ଗର ଫଟୋ ସେୟାର କରିଛି । ବରଫ ଥିବାରୁ ଏହା ନୀଳ ଦେଖାଯାଉଛି । ଏପରିକି ବରଫ ଉପରେ ହଳଦିଆ ରଙ୍ଗର ଧୂଳି ପଡିଥିବା ଦେଖିବାକୁ ମିଳିଛି । ମଙ୍ଗଳ କକ୍ଷରେ ଅର୍ବିଟର୍ ଓଡିସି ମହାକାଶରେ ୨୦ ବର୍ଷ ପୂରଣ କରିଥିବାରୁ ଏହି ଫଟୋ ଜାରି କରାଯାଇଛି । ଏହାକୁ ମଙ୍ଗଳ ଓଡିସି ଅର୍ବିଟର୍ ନେଇଛି ।

ଏହି ଫଟୋରୁ ଗୋଟିଏ କଥା ସ୍ପଷ୍ଟ ଯେ ମଙ୍ଗଳ ସମ୍ପୂର୍ଣ୍ଣ ଭାବେ ଲାଲ୍ ନୁହେଁ । ଏହି ଗ୍ରହରେ ସେହି ସବୁ ରଙ୍ଗରହିଛି ଯାହା ବହୁତ ସୁନ୍ଦର ଅଟେ । ନାସାର ଏହି ଫଟୋରେ ବହୁତ ହଳଦିଆ ରଙ୍ଗର ବାଲି ଦେଖିବାକୁ ମିଳିଛି । ଗୋଟିଏ ଦିଗରେ ବରଫ ଦ୍ୱାରା ଆଚ୍ଛାଦିତ ଏକ ବଡ ଗାତ ଆକୃତିର କିଛି ରହିଛି । ସେହିପରି ଏକ ବରଫର ପଡ଼ିଆ ରହିଛି । ଯାହାର ରଙ୍ଗ ନୀଳ । ଏହା ଉପରେ ହଳଦିଆ ବାଲି ଜମି ରହିଛି । ଅର୍ଥାତ ଗ୍ରହରେ ବରଫ ମଧ୍ୟ ଅଧିକ ମାତ୍ରାରେ ରହିଛି ।

ନାସା ଏହି ଫଟୋକୁ ଉତ୍ତର ମେରୁ ନିକଟରୁ ନେଇଛି । ଯେଉଁ ଫଟୋ ନାସା ଜାରି କରିଛି, ସେଥିରେ ପ୍ରାୟ ୩୦ କିମିର ପାହାଡ ଆକୃତିର କିଛି ଦେଖାଯାଇଛି । ଏହି ଫଟୋକୁ ତିଆରି କରିବା ପାଇଁ ୨୦୦୨ରୁ ୨୦୦୪ ଯାଏଁ ଅନେକ ଫଟୋକୁ ଯୋଡାଯାଇଛି ।
Feeling the blues takes on a different meaning on Mars ?
— NASA_SLS (@NASA_SLS) April 9, 2021
The blue dunes captured in this false-colored image surround Mars' northern polar cap and cover an area as large as the stage of Texas. MORE >> https://t.co/IDMEsri1br pic.twitter.com/s57ZZiwYSu
ସୂଚନାଯୋଗ୍ୟ, ମାର୍ସ ଅର୍ବିଟର ଓଡିସି ଏପ୍ରିଲ ୭, ୨୦୦୧ରେ ମଙ୍ଗଳ ଗ୍ରହ ଅଭିମୁଖେ ଗସ୍ତ କରିଥିଲା । ଏବେସୁଦ୍ଧା ଅର୍ବିଟର ହଜାରରୁ ଅଧିକ ଫଟୋ ପଠାଇ ସାରିଛି । ବୈଜ୍ଞାନିକମାନେ ଏହା ଉପରେ ଅଧ୍ୟୟନ ଜାରି ରଖିଛନ୍ତି । ନାସା ଜାରି କରିଥିବା ଫଟୋରୁ ଲାଗୁଛି ଯେ, ମଙ୍ଗଳ କେବଳ ଲାଲ୍ ଗ୍ରହ ନୁହେଁ । ପୂର୍ବରୁ ମଧ୍ୟ ଏହି ଗ୍ରହର ଅନେକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ରଙ୍ଗ ଦେଖିବାକୁ ମିଳିଛି । ନିକଟରେ ନାସାର ମାର୍ସ ପର୍ସିଭରେନ୍ସ ରୋଭର ସବୁଜ ରଙ୍ଗର ପଥରର ଫଟୋ ପଠାଇଥିଲା ।

ସବୁଜ ରଙ୍ଗର ପଥର ଦେଖିବା ପରେ ବୈଜ୍ଞାନିକମାନେ ଚକିତ ହୋଇଯାଇଥିଲେ । ଏହାର ରଙ୍ଗ ଲାଲ୍ ବଦଳର ସବୁଜ କିପରି ବୋଲି ସେମାନେ ଗଗେଷଣା କରଥିଲେ । ଏହା କୌଣସି ଅନ୍ତରୀକ୍ଷ ଗତିବିଧି ବା ଉଲକା ପିଣ୍ଡର ଅଂଶ ବୋଲି କେହି କହିଥିଲେ । ଗବେଷଣା ଶେଷ ନହେବା ଯାଏଁ ଏନେଇ କିଛି କୁହାଯାଇପାରିବ ନାହିଁ ବୋଲି ନାସା କହିଥିଲା ।