ନାସାର ଚନ୍ଦ୍ର ଅଭିଯାନରେ ଭାରତୀୟ ବଂଶୋଦ୍ଭବ ରାଜା ଚାରୀ, ୯ ମହିଳା ମହାକାଶଚାରୀ ମଧ୍ୟ ସାମିଲ

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ, ୧୧/୧୨: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ବା ନାସା ଏକ ବଡ ଯୋଜନା ପାଇଁ ରୂପରେଖ ପ୍ରସ୍ତୁତ କରୁଛି । ନାସା    ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଅଭିଯାନ ପାଇଁ ମୋଟ ୧୮ ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି ।  ତାଲିକାରେ ୯ ଜଣ ମହିଳା ମହକାଶଚାରୀଙ୍କୁ ସ୍ଥାନ ମିଳିଛି। ‘ଆର୍ଟମିସ ଚନ୍ଦ୍ର ଅଭିଯାନ’ ପାଇଁ ନାସା ମହାକଶଚାରୀଙ୍କୁ ତାଲିମ ପ୍ରଦାନ କରିବ।

ନାସା ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ଜଣେ ଭାରତୀୟ ବଂଶୋଦ୍ଭବ ମଧ୍ୟ ରହିଛନ୍ତି। ସେ ହେଉଛନ୍ତି ୪୩ ବର୍ଷୀୟ ରାଜା ଚାରୀ ସାମିଲ ଅଛନ୍ତି। ୟୁଏସ୍‌ ଏୟାର ଫୋର୍ସ ଏକାଡେମୀ, ଏମଆଇଟି ଓ ୟୁଏସ୍‌ ନାଭାଲ ଟେଷ୍ଟ ସ୍କୁଲରୁ ରାଜା ଚାରୀ ସ୍ନାତକ ପାସ୍‌ କରିଛନ୍ତି । ଏକମାତ୍ର ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ତାଲିକାରେ ରହିଛନ୍ତି।

ତାଙ୍କୁ ୨୦୧୭ ମସିହାରେ ନାସା ‘ଆଷ୍ଟ୍ରୋନେଟ୍‌ କ୍ୟାଣ୍ଡିଡେଟ କ୍ଲାସ୍‌’ ପାଇଁ ମନୋନୀତ କରିଥିଲା। ସେ ୨୦୧୭ ମସିହାରେ ଯୋଗ ଦେଇ ନିଜର ପ୍ରଥମ ପ୍ରଶିକ୍ଷଣ ପୂରଣ କରିଥିଲେ। ବର୍ତ୍ତମାନ ସେ ନାସାର ଏହି ଅଭିଯାନ ପାଇଁ ପୁରା ପ୍ରସ୍ତୁତ ଥିବା କହିଛନ୍ତି।

୨୦୨୪ ମସିହାରେ ହେବାକୁ ଥିବା ନାସାର ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ମହିଳା ମହାକାଶଚାରୀ ପାଦ ଥାପିବେ। ଏହି ଅଭିଯାନର ମୁଖ୍ୟ ମହାକାଶଚାରୀ ଫୋରେଷ୍ଟର କହିଛନ୍ତି ଯେ, ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ଏକ ଗୌରବ କଥା ହେବ। ବହୁ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଏହି ଅଭିଯାନରେ ଯେକୌଣସି ପ୍ରକାର ଭୂମିକା ତୁଲାଇବା ତାଙ୍କ ପାଇଁ ଗୌରବର କଥା ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.