ମଙ୍ଗଳ ଗ୍ରହରେ ଜଳର ସନ୍ଧାନ, ଭୂପୃଷ୍ଠ ତଳେ ପୋତିହୋଇ ରହିଛି ତିନୋଟି ହ୍ରଦ

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯।୯: ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ (ନାସା)ର ବୈଜ୍ଞାନିକ ମଙ୍ଗଳ ଗ୍ରହରେ ଜଳର ଉତ୍ସ ଖୋଜି ବାହାରକରିଛନ୍ତି । ବୈଜ୍ଞାନିକଙ୍କୁ ମଙ୍ଗଳ ଭୂପୃଷ୍ଠ ତଳେ ତିନୋଟି ହ୍ରଦର ସନ୍ଧାନ ମିଳିଛି । ଦୁଇ ବର୍ଷ ପୂର୍ବେ ମଧ୍ୟ ମଙ୍ଗଳ ଗ୍ରହର ଦକ୍ଷିଣ ଦିଗରେ ଏକ ବୃହତ ଲୁଣି ଜଳ ବିଶିଷ୍ଟ ହ୍ରଦ ସଂପର୍କରେ ସନ୍ଧାନ ମିଳିଥିଲା । ଏହି ହ୍ରଦ ବରଫ ତଳେ ଦବି ରହିଛି । ଅର୍ଥାତ୍ ଯଦି ସେହି ଜଳର ଉପଯୋଗ କରିହୁଏ ତେବେ ଭବିଷ୍ୟତରେ ମଙ୍ଗଳ ଗ୍ରହରେ ଯାଇ ବସବାସ କରିହେବ ।

{"id":336155,"sizeSlug":"large"}

ୟୁରୋପୀୟ ସ୍ପେସ୍ ଏଜେନ୍ସୀର ଅନ୍ତରୀକ୍ଷ ଯାନ ମାର୍ସ ଏକ୍ସପ୍ରେସ ୨୦୧୮ରେ ବରଫ ତଳେ ଥିବା ଲୁଣି ଜଳ ବିଶିଷ୍ଟ ହ୍ରଦକୁ ଖୋଜିଥିଲା । ଏହି ହ୍ରଦକୁ ସ୍ପଷ୍ଟ କରିବା ପାଇଁ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ମାର୍ସ ଏକ୍ସପ୍ରେସ ସାଟେଲାଇଟ୍ ୨୯ ଥର ସେହି ସ୍ଥାନକୁ ଯାଇଥିଲା । ସେଠାରେ ଫଟୋ ମଧ୍ୟ ଉତ୍ତୋଳନ କରିଥିଲା । ସେହି ସ୍ଥାନ ନିକଟବର୍ତ୍ତୀ ଅଞ୍ଚଳରେ ଏଥରକ ଆଉ ତିନୋଟି ହ୍ରଦ ଦେଖାଦେଇଛି । ଏହି ତିନୋଟି ହ୍ରଦ ପାଇଁ ସ୍ପେସକ୍ରାଫ୍ଟ ୨୦୧୨ରୁ ୨୦୧୯ ମଧ୍ୟରେ ୧୩୪ ଥର ତଦାରଖ କରିବାକୁ ପଡିଥିଲା ।

{"id":336156,"sizeSlug":"large"}

ମଙ୍ଗଳ ଗ୍ରହର ପୃଷ୍ଠରେ ଜଳ ତରଳ ଅବସ୍ଥାରେ ଦେଖିବାକୁ ମିଳିଛି । ବିଜ୍ଞାନ ମ୍ୟାଗାଜିନ୍ ନେଚର ଆଷ୍ଟ୍ରୋନୋମିରେ ଏହି ରିପୋର୍ଟ ପ୍ରକାଶ ପାଇଛି । ୨୦୧୮ରେ ଆବିଷ୍କୃତ ହୋଇଥିବା ଏହି ହ୍ରଦ ମଙ୍ଗଳ ଗ୍ରହର ଦକ୍ଷିଣ ଦିଗରେ ଅବସ୍ଥିତ । ଏହା ବରଫରେ ଆଚ୍ଛାଦିତ ହୋଇ ରହିଛି । ଏହା ପ୍ରାୟ ୨୦ କିଲୋମିଟର ଚଉଡା ବିଶିଷ୍ଟ । ଏହା ମଙ୍ଗଳ ଗ୍ରହରେ ମିଳିଥିବା ସର୍ବ ବୃହତ ଜଳାଶୟ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.