ପୃଥିବୀକୁ ସୁରକ୍ଷା ମିଶନ ସଫଳ, ଏଷ୍ଟୋରଏଡ ସହ ଧକ୍କା ହେଲା ନାସାର ସ୍ପେସ୍ କ୍ରାଫ୍ଟ

Published By : Prameya-News7 Bureau | September 27, 2022 IST

ନୂଆଦିଲ୍ଲୀ ୨୭/୦୯: ସଫଳ ହେଲା ନାସାର ଡାର୍ଟ ମିଶନ । ଇତିହାସ ରଚିଲା ନାସା । ମହାକାଶୀୟ ପିଣ୍ଡ ଧକ୍କାରୁ ପୃଥିବୀକୁ ରକ୍ଷା କରିବା ଲାଗି ହୋଇଥିବା ପରୀକ୍ଷଣକୁ ମିଳିଛି ବଡ ସଫଳତା । ଆଷ୍ଟ୍ରଏଡକୁ ସଠିକ୍ ଟାର୍ଗେଟ କରି ଧକ୍କା ଦେଲା ନାସାର ସ୍ପେସ୍ କ୍ରାଫ୍ଟ । କୌଣସି ମହାକାଶୀୟ ପିଣ୍ଡକୁ ଏମିତି ଧକ୍କା ଦେଇ ତାର ଗତିପଥ ବଦଳାଇ ଦେବା ପରୀକ୍ଷଣ ପ୍ରଥମ ଥର ପାଇଁ କରାଯାଇଛି । ଯାହାକୁ କୁହାଯାଉଛି ପ୍ଲାନେଟାରୀ ଡିଫେନ୍ସ ଟେଷ୍ଟ ବା ଡାର୍ଟ ମିଶନ ।

ଭବିଷ୍ୟତରେ ଯଦି କେବେ କୌଣସି ଗ୍ରହାଣୁ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ଥାଏ ତେବେ ତାକୁ ମହାକାଶରେ ନଷ୍ଟ କରାଯାଇପାରିବ କିମ୍ବା ତାର ଗତିପଥ ବଦଳାଇ ଦିଆଯାଇପାରିବ । କାରଣ ଭବିଷ୍ୟତରେ ପୃଥିବା ପାଇଁ ସବୁଠୁ ବେଶୀ ବିପଦ ଆଣିପାରନ୍ତି ମହାକାଶରେ ବୁଲୁଥିବା ହଜାର ହଜାର ଗ୍ରହାଣୁ ବା ଆଷ୍ଟ୍ରଏଡ୍ ।

୨୬ଶହ ଫୁଟ ବିଶିଷ୍ଟ ଡିଡିମସ୍ ଆଷ୍ଟ୍ରଏଡ୍ର ଚନ୍ଦ୍ର ୫୨୫ଶହ ଫୁଟ୍ର ଡାଇମାରଫୋସ୍ କୁ ଭାରତୀୟ ସମୟ ଆଜି ବଡି ଭୋର ୪ଟା ୪୫ମିନିଟ୍ ରେ ଧକ୍କା ଦେଇଥିଲା ନାସାର ସ୍ପେସ୍ କ୍ରାଫ୍ଟ । ଘଣ୍ଟା ପିଛା ପାଖାପାଖି ୨୨ହଜାର ୫୩୦ କିଲୋମିଟର ଗତିରେ ଯାଇ ସ୍ପେସକ୍ରାଫ୍ଟ ଡାଇମରଫୋସ୍ କୁ ଧକ୍କା ଦେଇଥିଲା । ଧକ୍କା ଫଳରେ ଡାଇମାରଫୋସ୍ ର ଗତିପଥ କିଭଳି ବଦଳିଛି ତାର ଡାଟା କୁ ଅପେକ୍ଷା କରାଯାଇଛି ।

ପୃଥିବୀ ଚାରିପଟେ ୮ହଜାରରୁ ଅଧିକ ଏମିତି ପଥର ଖଣ୍ଡ ବୁଲୁଛି ଯାହା ବଡ ବିପଦ ଆଣିପାରେ । ଏଭିତରୁ ଅନେକର ଆକାର ୪୬୦ଫୁଟରୁ ଅଧିକ । ମିତି ଏକ ବଡ ପଥର ଯଦି ପୃଥିବା ସହ ଧକ୍କା ହୁଏ ତେବେ ବିଶାଳ ଅଞ୍ଚଳରେ ପ୍ରଳୟ ଆଣିପାରେ । ତେଣୁ ଏହି ବିପଦ କିଭଳି ଟାଳି ହେବ ସେନେଇ ନାସା ପରୀକ୍ଷଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.