ରାଜ୍ୟରେ ୨୦ଦିନ ହେଲା କୋର୍ଟ ଚାଲୁନି, ୮ଦିନ ହେଲା ବିଧାନସଭାର ପ୍ରଶ୍ନକାଳ ଚାଲୁନି: ସାମ୍ବିଧାନିକ ସଂକଟ ବୋଲି କହିଲେ ନରସିଂହ ମିଶ୍ର

Published By : Prameya-News7 Bureau | September 18, 2018 IST

ଭୁବନେଶ୍ବର୧୮|୯: ବିଧାନସଭାର ପ୍ରଶ୍ନୋତ୍ତର କାଳ ନଚାଲିପାରିବା ନେଇ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗର୍ଜିଛନ୍ତି । ରାଜ୍ୟରେ ସାମ୍ବିଧାନିକ ସଂକଟ ଦେଖାଦେଲାଣି ବୋଲି ସେ କହିଛନ୍ତି। ୨୦ ଦିନ ଧରି ହାଇକୋର୍ଟ ବନ୍ଦ ରହିଛି ।ବହୁ ଦିନ ଧରି ନିମ୍ନ ଅଦାଲତ ମଧ୍ୟ ବନ୍ଦ ରହିଛି ।ନ୍ୟାୟ ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି । କିଏ ଜାମିନ ପାଇପାରୁନି ତ ଆଉ କିଏ ଷ୍ଟେ ଅର୍ଡର ମଧ୍ୟ ପାଇପାରୁନାହାନ୍ତି ।ଜନ ଅସନ୍ତୋଷ ପ୍ରତିଫଳିତ ହେଲାଣି । ତାର ପ୍ରତିଫଳନ ବିଧାନସଭାରେ ମଧ୍ୟ ଦେଖାଦେଇଛି ।ଯେଉଁଥିପାଇଁ ୮ ଦିନ ଧରି ପ୍ରଶ୍ନକାଳ ଚାଲିପାରୁନାହିଁ ବୋଲି ନରସିଂହ କହିଛନ୍ତି। ଭାବେ କୋର୍ଟ କିଭଳି ଠିକ୍ ଭାବେ ଚାଲିବ ସେଥିପାଇଁ କଂଗ୍ରେସ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।ଗୃହ ଚଳାଇବା ସରକାରୀ ଦଳର ଦାୟିତ୍ବ । କିନ୍ତୁ ସରକାରୀ କଳ ତାହା କରୁନାହିଁ । ସେହିଭଳି କୋର୍ଟ ବନ୍ଦ ପ୍ରସଂଗରେ ମଧ୍ୟ ସରକାର ଉଦାସୀନ ବୋଲି ନରସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.