ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ, ଉଭୟଙ୍କ ହୋଇପାରେ କାଉନସେଲିଂ

Published By : Prameya-News7 Bureau | September 27, 2022 IST

କଟକ ୨୭/୦୯: ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା । ପରିବାର ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ଏବଂ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।

ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ବିଚାରପତି ସେଦିନ କାଉନସେଲିଂ କରିଥିଲେ ମଧ୍ୟ ସଫଳତା ମିଳି ନଥିଲା । ଆଜି ପୁଣି ଉଭୟଙ୍କ ମଧ୍ୟରେ ହୋଇପାରେ କାଉନସେଲିଂ।

wp:html /wp:html

ସୂଚନା ଥାଉକି, ୧୪ ତାରିଖରେ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ ସ୍ବାମୀ-ସ୍ତ୍ରୀ । ଦୁହେଁ ପ୍ରାୟ ୨ ଘଣ୍ଟା ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ଥିବା ନଜର ଆସିଥିଲା । ଫ୍ୟାମିଲି କୋର୍ଟରେ ବର୍ଷା ୫୦୦୦ ଟଙ୍କା ଦାଖଲ କରିଥିଲେ । କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ଏକ ସତ୍ୟପାଠ ଜରିଆରେ ବର୍ଷା ଜଣାଇଥିଲେ । ବର୍ଷାଙ୍କୁ ଜେରା କରିବା ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.