ଶାଢୀରେ ନିଆଁ ଲାଗିବା ଘଟଣାରେ ସାଂସଦଙ୍କ ଟ୍ବିଟ୍, ସୁରକ୍ଷିତ ଅଛନ୍ତି କହିଲେ ସୁପ୍ରିୟା ସୁଲେ
16/01/2023 at 12:29 PM

ପୁଣେ: ସାଂସଦ ସୁପ୍ରିୟା ସୁଲେଙ୍କ ଶାଢୀରେ ନିଆଁ ଲାଗିବା ଘଟଣା । ସୁରକ୍ଷିତ ଥିବା ଟ୍ବିଟ୍ କରି କହିଛନ୍ତି ନିଜେ ସାଂସଦ । ‘ଭଗବାନଙ୍କ ଆଶୀର୍ବାଦକୁ କୌଣସି ଅଘଟଣ ଘଟିନାହିଁ ଓ ଜୀବନ ବଞ୍ଚିଯାଇଛି । ତେଣୁ ଚିନ୍ତା କରିବାର କିଛି ନାହିଁ’ ବୋଲି ଟ୍ବିଟରେ ଲେଖିଛନ୍ତି ସୁପ୍ରିୟା ।

ରବିବାର ମହାରାଷ୍ଟ୍ର ପୁଣେରେ ଏକ କର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସାଂସଦ ସୁପ୍ରିୟା ସୁଲେ। କାରେଟ୍ ପ୍ରତିଯୋଗୀତାକୁ ଉଦଘାଟନ କରିବା ସମୟରେ ଏନସିପିର ବାରାମତୀ ସାଂସଦଙ୍କ ଶାଢୀରେ ଦୀପରୁ ଅକସ୍ମାତ ନିଆଁ ଲାଗିଯାଇଥିଲା। ନିଜେ ସୁପ୍ରିୟା ସୁଲେ ଶାଢ଼ୀରୁ ନିଆଁକୁ ଲିଭାଇ ଥିଲେ। ଫଳରେ ଏକ ବଡ ଦୁର୍ଘଟଣା ଟଳି ଯାଇଛି।
ସୁଲେ ମଞ୍ଚରେ ଶିବାଜୀ ମହାରାଜଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବାବେଳେ ପାଖରେ ଥିବା ଦ୍ୱୀପରୁ ନିଆଁ ଶାଢୀରେ ଲାଗିଯାଇଥିଲା। ତେବେ ମଞ୍ଚରେ ଲୋକେ ତୁରନ୍ତ ସୁଲେଙ୍କୁ ସୂଚିତ କରିଥିଲେ । ପରେ ଶାଢୀକୁ ଝାଡି ନିଆଁ ଲିଭାଇଥିଲେ ସାଂସଦ । ଘଟଣାକୁ ନେଇ ସୋସିଆଲ ମିଡିଆରେ ସମର୍ଥକମାନେ ଚିନ୍ତା ବ୍ୟକ୍ତ କରିଥିଲେ । ପରେ ସୁରକ୍ଷିତ ଅଛନ୍ତି ବୋଲି ଟ୍ବିଟ୍ କରିଛନ୍ତି ସୁପ୍ରିୟା । ଭଗବାନ ଦୟାରୁ ଠିକ୍ ଅଛନ୍ତି, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପୋଷ୍ଟ କରିଛନ୍ତି ।