ନରିଶୋ-ନିଆଳି ଗୋଷ୍ଠୀ ସଂଘର୍ଷ ଘଟଣା, ଥାନା ପରିସରରେ ଶାନ୍ତି କମିଟି ଗଠନ

Published By : Prameya-News7 Bureau | February 10, 2024 IST

ବାଲିପାଟଣା ୧୦।୦୨ : ନରିଶୋ ଏବଂ ନିଆଳିରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣା । ବାଲିପାଟଣା ଥାନା ପରିସରରେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ବସିଛି ବୈଠକ। ଉଭୟ ଗୋଷ୍ଠୀର ୧୦ ଜଣ ଲେଖାଏଁ ବ୍ୟକ୍ତି ଉପସ୍ଥିତ ରହିବା ସହ ଶାନ୍ତି ଫେରାଇବା ପାଇଁ ଚାଲିଛି ପ୍ରୟାସ। ଉଭୟ ପକ୍ଷଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି ।

{"id":907264,"sizeSlug":"large","linkDestination":"none"}

ଖବର ଅନୁଯାୟୀ, କମେଣ୍ଟ ମରାକୁ କେନ୍ଦ୍ର କରି ନରିଶୋ ଏବଂ ନିଆଳି ଗାଁ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଥିଲା । ପରେ ବାଲିପାଟଣା ପୋଲିସ ଏକ ମାମଲା ରୁଜୁ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗାଁରେ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

{"id":907267,"sizeSlug":"large","linkDestination":"none"}

ସେହିପରି ଉଭୟ ପକ୍ଷଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି । ବରିଷ୍ଠ ପୋଲିସ୍ ଅଧିକାରୀ ଭୁବନେଶ୍ଵର ADCP ପ୍ରକାଶ ପାଲ୍, ଜୋନ୍ - ୪ ଏସିପି ଶୁଭ୍ରାଶୁଂ ଶେଖର ନାୟକ, କଟକ ଆଡିଶିନାଲ୍ ଏସ୍ ପି ଡି ବରାଳ, ନିଆଳି ଏସ୍.ଡି ପିଓ ଶୁଭ୍ରାଶୁଂ ଶେଖର ପରିଡା, ବାଲିପାଟଣା ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି, ନିଆଳି ଥାନା ଅଧିକାରୀ ତପନ କୁମାର ରାଉତ ଉଭୟ ପକ୍ଷଙ୍କୁ ଶାନ୍ତି ଫେରାଇବା ପାଇଁ ପରାମର୍ଶ ଦେବା ସହ ଶାନ୍ତି କମିଟି ଗଠନ କରିଛନ୍ତି । ପରବର୍ତ୍ତି ସମୟରେ କୌଣସି ଗଣ୍ଡଗୋଳ ଘଟିବ ନାହିଁ ବୋଲି ଉଭୟ ପ୍ରତିଶୃତି ଦେଇଛନ୍ତି ।

wp:embed {"url":"https://www.prameyanews7.com/who-is-young-bowler-akash-deep/","type":"wp-embed","providerNameSlug":"prameya-news-7"}
https://www.prameyanews7.com/who-is-young-bowler-akash-deep/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.