oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଭାରତୀୟ ଅଲିମ୍ପିକ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା

25/05/2022 at 5:55 PM

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ନରିନ୍ଦର ବତ୍ରା ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ମାସରେ ନରିନ୍ଦର ବାତ୍ରାଙ୍କ ବିରୋଧରେ ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କାର ଦୁରୁପଯୋଗ ମାମଲାରେ ସିବିଆଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା। ତେଣୁ ଆଇଓଏର ସଦସ୍ୟମାନେ ବାତ୍ରାଙ୍କୁ ଆଇଓଏର ଅଧ୍ୟକ୍ଷ ପଦ ଛାଡିବାକୁ ଦାବି କରିଥିଲେ। ବାତ୍ରା ୨୦୧୭ରେ ଅନ୍ତର୍ଜାତୀୟ ହକି ମହାସଙ୍ଘର ମଧ୍ୟ ଅଧ୍ୟକ୍ଷ ହୋଇଥିଲେ।

ନରିନ୍ଦର ବାତ୍ରା କହିଛନ୍ତି, ସଂପ୍ରତି ବିଶ୍ଵ ହକି ବିକାଶ ମାର୍ଗରେ ଗତି କରୁଛି। ଏଫଆଇଏଚ ହକି ନେସନ କପ୍ ବ୍ୟତୀତ ଚଳିତ ବର୍ଷ ଏକ ନୂତନ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି, ଯଦ୍ଵାରା ହକି ପ୍ରତି ଲୋକଙ୍କୁ ଆକର୍ଷିତ କରାଯାଇ ପାରିବ। ଏମିତିରେ ଅନ୍ତର୍ଜାତୀୟ ହକି ମହାସଂଘ(ଏଫଆଇଏଚ)ର ଅଧ୍ୟକ୍ଷ ହୋଇଥିବାରୁ ସମସ୍ତ କାର୍ଯ୍ୟକ୍ରମ ପାଇଁ ମୋତେ ସମୟ ଦରକାର। ମୋତେ ଇଣ୍ଟରନ୍ୟାସନାଲ ହକି ଫେଡେରେସନ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେଣୁ ମୁଁ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ପଦ ଛାଡିବାକୁ ନିଷ୍ପତ୍ତି ନେଇଛି।

ନରିନ୍ଦର ବତ୍ରା ବ୍ୟକ୍ତିଗତ କାମରେ ହକି ଫଣ୍ଡରୁ ୩୫  ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗରେ ତଦନ୍ତର ପରିସରଭୁକ୍ତ ଅଛନ୍ତି। ଗତ ମାସରେ ସିବିଆଇ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି। ଗତ ବର୍ଷ ବାତ୍ରାଙ୍କୁ କ୍ରମାଗତ ଦ୍ଵିତୀୟ ଥର ଏଫଆଇଏଚର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ସେ ୨୦୨୪ରେ ଏହି ପଦରେ ରହିବେ।

   Related Posts