scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନ୍‌ରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍‌

29/09/2023 at 6:19 PM

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌କୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ। ଆଇନ୍‌ର ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍‌ ବା ‘ନାରୀ ଶକ୍ତି ବନ୍ଦନ’ ଅଧିନିୟମ। ସଂସଦର ସ୍ବତନ୍ତ୍ର ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାରୁ ପାରିତ କରାଯାଇଥିବା ଏହି ଐତିହାସିକ ମହିଳା ସଂରକ୍ଷଣ ବିଲ୍‌ ଏବେ ଆଇନ୍‌ରେ ପରିଣତ ହୋଇଛି।

ସୂଚନାଥାଉକି, କୌଣସି ବିଲ୍‌ ସଂସଦର ଦୁଇ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥାଏ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନ୍‌ରେ ପରିଣତ ହୋଇଥାଏ। ତେବେ ଏହି ଆଇନ୍‌ ଲାଗୁ ହେବା ପରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ। ବିଲ୍‌ ସଂସଦରେ ପାସ୍‌ ହେବା ସମୟରେ ରାଷ୍ଟ୍ରପତି କହିଥିଲେ ଏହା ଏକ ପରିବର୍ତ୍ତନକାରୀ କ୍ରାନ୍ତି ହେବ।

Also Read: ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ, ସପକ୍ଷରେ ସମସ୍ତ ଭୋଟ୍‌

ସଂସଦର ସ୍ବତନ୍ତ୍ର ଅଧିବେଶନରେ ହୋଇଥିଲା ଆଗତ

ସରକାର ନିକଟରେ ୧୮ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇଥିଲେ। ଏହି ସମୟରେ ଦୁଇ ଐତିହାସିକ ନିଷ୍ପତ୍ତି ହୋଇଛି। ଗୋଟିଏ ହେଉଛି ପୁରୁଣା ସଂସଦର କାମକୁ ନୂଆ ସଂସଦ ଭବନକୁ ସ୍ଥାନାନ୍ତର ଏବଂ ଦ୍ବିତୀୟ ମହିଳା ସଂରକ୍ଷଣ ବିଲ୍‌ ପାସ୍‌।

ମିଳିଥିଲା ଅଧିକାଂଶ ଦଳଙ୍କ ସମର୍ଥନ

ଏହି ବିଲ୍‌ ଉପରେ ସଂସଦରେ ଚାରି ଦିନ ଧରି ଆଲୋଚନା ହୋଇଥିଲା। ଅଧିକାଂଶ ଦଳ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଅବଶ୍ୟ ବିରୋଧୀ ଏଥିରେ ଓବିସି ଏବଂ ମୁସଲିମ୍‌ ମହିଳାଙ୍କୁ ସାମିଲ୍‌ କରିବା ଦରକାର। ସେପ୍ଟେମ୍ବର ୨୦ରେ ଲୋକସଭାରେ ଏହି ବିଲ୍‌ ସପକ୍ଷରେ ୪୫୪ ଭୋଟ୍‌ ପଡ଼ିଥିଲା, ଅବଶ୍ୟ ଲୋକସଭାରେ ବିପକ୍ଷରେ ଦୁଇ ଭୋଟ୍‌ ପଡ଼ିଥିଲା। ଏହା ପରେ ୨୧ ସେପ୍ଟେମ୍ବରରେ ରାଜ୍ୟସଭାରୁ ୨୧୪ ଭୋଟ୍‌, ବିଲ୍‌ ସପକ୍ଷରେ ମିଳିଥିବାବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍‌ ପଡ଼ିନଥିଲା

ଆହୁରି ପଢ଼ନ୍ତୁ: ବହୁମତ ସହ ଲୋକସଭାରେ ପାସ୍‌ ହେଲା ମହିଳା ସଂରକ୍ଷଣ ବିଲ୍‌, ବିରୋଧରେ ମାତ୍ର ୨ ଭୋଟ୍‌

   Related Posts