୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ: ନରେଶ ପଟେଲ କହିଲେ ପାଟିଦାର ହୁଅନ୍ତୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ, ଗୋଟିଏ ମଞ୍ଚରେ ୨ ପଟେଲ

Published By : Prameya-News7 Bureau | June 12, 2021 IST

ଅହମଦାବାଦ ୧୨।୬: କେବଳ ଉତ୍ତରପ୍ରଦେଶ କି ପଞ୍ଜାବ ବିଧାନସଭା ନୁହେଁ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହରାଜ୍ୟ ଗୁଜରାଟ ବିଧାନସଭା ଲାଗି ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ରାଜ୍ୟ ରାଜନୀତି ଧିରେ ଧିରେ ଉଷ୍ମ ହେଲାଣି। ଏହି କ୍ରମରେ ଗୁଜରାଟରେ ପାଟିଦାର ସଂରକ୍ଷଣ ଆନ୍ଦୋଳନରୁ ସେମାନଙ୍କର ଏକ ରାଜନୈତିକ ଦଳ ମଧ୍ୟ ମୈଦାନରେ ଉଭା ହେଲେଣି। ପାଟିଦାରମାନେ ସାଧାରଣତଃ ବିଜେପିକୁ ସମର୍ଥନ କରନ୍ତି। ହେଲେ ପାଟିଦାର ଦଳ ପରିକଳ୍ପନା ପରେ ରାଜ୍ୟରେ ବିଜେପିର ଆଶା ଏବେ ମଉଳିବା ପରି ଲାଗୁଛି।

ନିର୍ବାଚନକୁ ଓହ୍ଲାଇବା ଲାଗି ପାଟିଦାରମାନେ ସେମାନଙ୍କ ରାଜନୀତି ନିଜ ଇଷ୍ଟ ଦେବୀ ଖୋଡ଼ଲଧାମ ମନ୍ଦିରରୁ ଶୁଭାରମ୍ଭ କରିଛନ୍ତି। ମନ୍ଦିରରେ ଶନିବାର ପାଟିଦାରଙ୍କ ୨ ଗୋଷ୍ଠୀ ଲେଉବା ପଟେଲ ଓ କଡବା ପଟେଲଙ୍କୁ ଗୋଟିଏ ମଞ୍ଚରେ ଦେଖାଯାଇଛି। ଲେଉବା ପଟେଲଙ୍କ ମୁଖ୍ୟ ନରେଶ ପଟେଲ ବୈଠକ ପରେ ନିଷ୍ପତ୍ତି ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରେ ପାଟିଦାର ସମାଜ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଏହି ସମୂଦାୟରୁ ହିଁ ହୁଅନ୍ତୁ ବୋଲି ଚାହୁଁଥିବା ନରେଶ କହିଛନ୍ତି।

{"id":465101,"sizeSlug":"large","linkDestination":"none"}

ଗଣମାଧ୍ୟମ ସହ ଆଲୋଚନା କାଳରେ ନରେଶ ଦିଲ୍ଲୀରେ ଅରବିନ୍ଦ କେଜରିୱାଲଙ୍କ ଆମ ଦାମୀ ପାର୍ଟିର ପ୍ରଶଂସା କରି ରାଜନୀତିକୁ ଆଞ୍ଚ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟଯେ ରାଜ୍ୟରେ ଏପର୍ଯ୍ୟନ୍ତ ପାଟିଦାରମାନେ ବିଜେପିକୁ ସମର୍ଥନ କରିଆସୁଥିଲେ। ତେବେ ଏହି ବୈଠକ ପୂର୍ବରୁ ଗୁଜରାଟ ପାଳିକା ନିର୍ବାଚନରେ ଆମ ଆଦମୀ ପାର୍ଟି ଖାତା ଖୋଲି ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିସାରିଛି।ଏଥିରେ ପାଟିଦାର ସମାଜର ଇଛା ଏବେ ନୂଆ ସମୀକରଣ ଆଡକୁ ଇଙ୍ଗିତ କରିବା ରାଜ୍ୟରେ ଶାସକ ଦଳଙ୍କ ଲାଗି ନୂଆ ସମସ୍ୟା  ସୃଷ୍ଟି କରିବ ବୋଲି ଆଶଙ୍କା କରାଗଲାଣି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଗୁଜରାଟ ଗସ୍ତରେ ଆସୁଥିବାର ସୂଚନା ମିଳୁଛି। ଅହମ୍ମଦାବାଦରେ ପାର୍ଟିର କାର୍ଯ୍ୟାଳୟ ଉଦଘାଟନ ଉଦ୍ଦେଶ୍ୟରେ ସେ ଆସୁଛନ୍ତି। ତେବେ ପାଟିଦାର ତାଙ୍କ ସହ ମିସି ଆଗାମୀ ନିର୍ବାଚନର ରୂପ ବଦଳାଇ ପାରନ୍ତି ବୋଲି ଆଶଙ୍କା କରାଗଲାଣି। ସେପଟେ ବିଜେପି ଗୁଜରାଟ ପ୍ରଭାରୀ ଭୂପେନ୍ଦ୍ର ଯାଦବ ଏବେ ୩ ଦିବସୀୟ ରାଜ୍ୟ ଗସ୍ତରେ ଅଛନ୍ତି। ଯାହା ସୂଚନା ମିଳୁଛି ରାଜ୍ୟରେ ଆଗାମୀ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ସେ ପାର୍ଟିର ନେତା ଓ ବିଧାୟକଙ୍କ ସହ ଇତିମଧ୍ୟରେ କେତେକ ବୈଠକ ବି କଲେଣି। ତେବେ ପାଟିଦାର ଏକଜୁଟ ହେବା ରାଜ୍ୟରେ ନୂଆ ରାଜନୈତିକ ସମୀକରଣ ଆଡକୁ ସୂଚନା ଦେଉଥିବା ରାଜନୈତିକ ସମୀକ୍ଷକ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.