Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଫଳକ ଲାଗିଛି ହେଲେ ଘର ମିଳିନି : ଝାଟିମାଟି ଚାଳିଆରେ ବିତୁଛି ନରେଶଙ୍କ ଜୀବନ

24/08/2021 at 4:09 PM

ଦାରିଙ୍ଗିବାଡି, ୨୪|୦୮: ଘର ଯୋଗାଇବା ନାଁରେ ଦୁର୍ନୀତି । ହିତାଧିକାରୀଙ୍କୁ ମିଳିନି ଘର । କିନ୍ତୁ କାଗଜପତ୍ରରେ ଘର ପ୍ରଦାନ କରାଯାଇଥିବା ନେଇ ଦର୍ଶାଯାଇଛି ।   ଇନ୍ଦିରା ଆବାସ ,ବିଜୁପକ୍କା ଘର ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କିଛି ନୂଆ ନୁହେଁ । କିନ୍ତୁ ଦୁର୍ନୀତିଖୋର ଅଧିକାରୀମାନେ ଏତେ ଦୁର୍ନୀତି କରୁଛନ୍ତି ଯାହା ସବୁ ସୀମା ଲଙ୍ଘିଯାଉଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ସିକନବାଡ଼ି ଗ୍ରାମରେ ଏପରି ଅନିୟମିତତା ସାମ୍ନାକୁ ଆସିଛି ।

ଫଳକ ଲଗାଯାଇଛି । କିନ୍ତୁ ଘର ନାହିଁ । ବାଡ଼ାବାଙ୍ଗା ପଞ୍ଚାୟତର ସିକନବାଡ଼ି ଗ୍ରାମରେ ରହୁଥିବା ନରେଶ ପ୍ରଧାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି ବୋଲି ଫଳକ ପ୍ରଦାନ କରାଯାଇଛି। ଯେଉଁଥିରେ ଲେଖା ରହିଛି ଯେ, ୨୦୧୪-୧୫ ଆର୍ଥିକ ବର୍ଷରେ ନରେଶଙ୍କୁ ଇନ୍ଦିରା ଆବାସ,ବିଜୁପକ୍କା ଘର  ଯୋଜନାରେ ସାମିଲ କରାଯାଇ ୭୫ ହଜାର ଟଙ୍କା ଗୃହ ନିର୍ମାଣ ପାଇଁ ଯୋଗାଇ ଦିଆଯାଇସାରିଛି। ହେଲେ ବାସ୍ତବରେ କିନ୍ତୁ ନରେଶ ପ୍ରଧାନଙ୍କୁ କୌଣସି ଗୃହ ପ୍ରଦାନ କରାଯାଇନଥିବା ବେଳେ ସେ ନିଜ ସ୍ତ୍ରୀ ପାର୍ବତୀ ପ୍ରଧାନଙ୍କ ସହ ଏକ ଝାଟିମାଟିର ଭଙ୍ଗା ଦଦରା ଆଜବେଷ୍ଟ ଘରେ ହିଁ ଦୀର୍ଘ ବର୍ଷ ହେଲା ରହିଆସୁଛନ୍ତି।

ନରେଶ ପ୍ରଧାନଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ମିଳିନଥିବା ବେଳେ ଏବେ ଏଭଳି ଫଳକ ପ୍ରଦାନ କରାଯାଇଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଭଳି ନ ଜାଣିଶୁଣି ତାଙ୍କୁ ଏଭଳି ମିଛ ବୋର୍ଡ ପ୍ରଦାନ କରିଛି ବୋଲି ଉଭୟ ସ୍ୱାମୀ, ସ୍ତ୍ରୀ ପ୍ରଶ୍ନ କରିଛନ୍ତି। ଏହା ସହ ନରେଶ ଏନେଇ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଆଉ ସେପଟେ କାଠ ମାଟିର ଦଦରା ଘରେ ରହୁଥିବା ନରେଶ ମୂଳରୁ ସରକାରଙ୍କ ପକ୍ଷରୁ ଗୃହ ପାଇନଥିବା ବେଳେ ଏଭଳି ଗରିବ ନିରକ୍ଷର ଆଦିବାସୀଙ୍କ  ନାଁରେ ଟଙ୍କା ହଡ଼ପ କରିଛନ୍ତି ସରକାରୀ ବାବୁ । ତେଣୁ ଏହାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବାଡ଼ାବାଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ତୁମରାଜ ପ୍ରଧାନ ଦାବି କରିଛନ୍ତି।

   Related Posts