କରୋନା ଭାଇରସକୁ ନେଇ ମୋଦୀଙ୍କ ଟ୍ୱିଟ୍, ଭୟଭୀତ ନ ହେବାକୁ ଦେଲେ ପରାମର୍ଶ
3/03/2020 at 3:01 PM

ନୂଆଦିଲ୍ଲୀ ମାର୍ଚ୍ଚ ୦୩: ଭାରତରେ କରୋନା ଭାଇରସର କିଛି ମାମଲା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି। ଏଥିପାଇଁ ଭୟଭୀତ ନ ହେବାକୁ ସେ ଦେଶବାସୀଙ୍କୁ କହିଛନ୍ତି।

ମୋଦୀ କହିଛନ୍ତି ଯେ, କରୋନା ଭାଇରସକୁ ନେଇ ବ୍ୟାପକ ସମୀକ୍ଷା କରାଯାଇଛି। ବିଭିନ୍ନ ମନ୍ତ୍ରାଳୟ ମିଳିତ ଭାବେ କାମ କରୁଛନ୍ତି। ଭାରତକୁ ଆସୁଥିବା ଲୋକଙ୍କ ସ୍କ୍ରିନିଂରୁ ନେଇ ଚିକିତ୍ସା ମଧ୍ୟ ପ୍ରଦାନ କରାଯାଉଛି। ଏଥିପାଇଁ ଭୟଭୀତ ହେବା ଆବଶ୍ୟକ ନାହିଁ। ଆମେ ସମସ୍ତେ ମିଳିମିଶି କାମ କରିବା ଉଚିତ। ଏହା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଛୋଟ ହେଲେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଉପାୟ ବୋଲି ମୋଦୀ କହିଛନ୍ତି।
ସୂଚନାଯୋଗ୍ୟ, ସୋମବାର ତେଲେଙ୍ଗାନା ଓ ଦିଲ୍ଲୀରେ କରୋନା ଭାଇରସର କିଛି ମାମଲା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜରୁରୀ ବୈଠକ ଡାକିଥିଲେ।