ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ତିନି ଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1/06/2018 at 6:47 AM

ତିନି ଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗଙ୍କ ସହିତ ଆଜି ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ ମୋଦି। ଦୁଇ ରାଷ୍ଟ୍ରର ସ୍ୱାର୍ଥ ଜଡିତ ଅନେକ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଆର୍ଥିକ, ବୈଷୟିକ ସହତି ସାମରିକ ରଣନୀତି ନେଇ ଅନେକ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନାରେ କମ୍ପ୍ରିହେନସିଭ୍ ଇକୋନୋମିକ କୋପୋରେସନ ଏଗ୍ରିମେଣ୍ଟ CECAର ସମୀକ୍ଷା କରିପାରନ୍ତି । ଏଥିସହିତ ଉଚ୍ଚଶିକ୍ଷା,ପ୍ରତିରକ୍ଷା, ସହରୀକରଣ ପାଇଁ ଭିତ୍ତିଭୂମି ବିକାଶ,ଆଦି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି।ଆଜି ସିଙ୍ଗାପୁର ରାଷ୍ଟ୍ରପତି ହଲିମା ୟାକୁବଙ୍କୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି। ଆଜି ଅଷ୍ଟାଦଶ ସାଙ୍ଗ୍ରି ଲା ଡାଏଲଗରେ ମୋଦି ସାମିଲ ହୋଇ ଅଭିଭାଷଣ ଦେବେ। ଏସିଆ ପ୍ରଶାନ୍ତ ଅଞ୍ଚଳର ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ପାଇଁ ଏହା ଏକ ଆନ୍ତର୍ଜାତୀୟ ମଞ୍ଚ। ଏଭଳି ଆନ୍ତର୍ଜତୀୟ ମ଼ଞ୍ଚରେ ଅଭିଭାଷଣ ଦେବାର ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ।

Leave a Reply

   Related Posts