ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ : କରିବେ ୩୦ ଯୋଜନାର ଶୁଭାରମ୍ଭ

Published By : Prameya-News7 Bureau | February 16, 2020 IST

ବାରଣାସୀ ୧୬/୨: ଆଜି ବାରଣାସୀ ଗସ୍ତରେ ଯାଉଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନକାଳ ଦର୍ଶାଉଥିବା ଖୋଦେଇ କଳାକୃତି ରହିଛି । ପାଖାପାଖି ୩୦ ଜଣ ଓଡ଼ିଆ କାରିଗର ଓ ଶିଳ୍ପୀ ଏକ ବର୍ଷ ଧରି ଏହି ପ୍ରକଳ୍ପ ନିର୍ମାଣ ଲାଗି କାର୍ଯ୍ୟ କରିଛନ୍ତି ।

{"id":225065,"sizeSlug":"large"}

ମୋଦିଙ୍କ ଗସ୍ତ ବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚତା ବିଶିଷ୍ଟ ପଞ୍ଚ ଲୌହ ପ୍ରତିମାର ଅନାବରଣ ହେବ । ଏହା ହେଉଛି ଦୀନଦୟାଲ ଉପାଧ୍ୟାୟଙ୍କ ଦେଶର ସର୍ବୋଚ୍ଚ ପ୍ରତିମୂର୍ତ୍ତି । ଗତ ଏକ ବର୍ଷ ଧରି ୨୦୦ରୁ ଊର୍ଦ୍ଧ୍ବ କାରିଗର ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ସେହିପରି ଭିଡିଓ ଲିଙ୍କ ଜରିଆରେ IRCTCର ମହାକାଳ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବେ  ମୋଦି । ଏହି ଟ୍ରେନ ୩ଟି ଜ୍ୟୋତିର୍ଲିଙ୍ଗ ପର୍ଯ୍ୟଟନ ସ୍ଥଳୀ- ବାରଣାସୀ, ଉଜ୍ଜୈନ ଏବଂ ଓମକାରେଶ୍ୱରକୁ ଯୋଡ଼ିବ । ଏହାହେବ ଦେଶର ପ୍ରଥମ ଓଭରନାଇଟ୍ ଘରୋଇ ଟ୍ରେନ ।

{"id":225066,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.