ମୋଦି କହିଲେ ଭାଇରସକୁ ହାଲୁକା ଭାବେ ନିଅ ନାହିଁ, ମାସ୍କ ପିନ୍ଧ ଓ ସାମାଜିକ ଦୂରତ୍ବ ରକ୍ଷା କର
10/09/2020 at 4:33 PM

ନୂଆଦିଲ୍ଲୀ ୧୦/୦୯: କରୋନା ଭାଇରସକୁ ହାଲକା ଭାବେ ନ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କହିଛନ୍ତି। ସେ କହିଛନ୍ତି ଯେତେପର୍ଯ୍ୟନ୍ତ ବୈଜ୍ଞାନିକମାନେ କରୋନା ଟିକା ପ୍ରସ୍ତୁତ କରି ନାହାନ୍ତି ସେତେ ପର୍ଯ୍ୟନ୍ତ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ବ ପାଳନ କରନ୍ତୁ। ଦେଶବାସୀଙ୍କଠାରୁ ମୋଦି ଏହା ଆଶା ରଖିଥିବା କହିଛନ୍ତି। ମାସ୍କ ପିନ୍ଧବା ସହ ଦୁଇ ଗଜ ଦୂରତ୍ବ ନିଶ୍ଚୟ ରକ୍ଷା କରନ୍ତୁ। ସମସ୍ତେ ସୁରକ୍ଷିତ ଓ ସୁସ୍ଥ ରୁହନ୍ତୁ। ପରିବାରରେ ବୟୋଜ୍ୟେଷ୍ଠଙ୍କ ଧ୍ୟାନ ରଖନ୍ତୁ। ଏ ସବୁ ଖୁବ୍ ଗୁରୁତ୍ବପୂଣ୍ର୍ର। କରୋନାକୁ ଆଦୌ ହାଲୁକା ଭାବେ ନ ନେବାକୁ ସେ ଅନୁରୋଧ କରିଛନ୍ତି।
ମୋଦି କହିଛନ୍ତି ମହାମାରୀଠୁ ରକ୍ଷା ପାଇବାର ସବୁଠୁ ଭଲ ତରିକା ସାମାଜିକ ଦ୍ବରତ୍ବ ରକ୍ଷା କରିବ। ଏହା ଟିକାଠାରୁ ମଧ୍ୟ ଗୁରୁତ୍ବପୂଣ୍ର୍ର । ଏହା ହିଁ ଏକମାତ୍ର ସମାଧାନ। ଏକଥା ସେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆରମ୍ଭରେ କହିଛନ୍ତି। ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ସେ ଏହାର ଶୁଭାରମ୍ଭ କରିଛନ୍ତି। ଏହା ସହ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାରୁ ଦୂରରେ ରୁହନ୍ତୁ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଆଜି ଦେଶରେ ୯୫,୭୩୫ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ମହାମାରୀ ଯୋଗୁ ୧,୧୭୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ପ୍ରକାରେ ମହାମାରୀ ଏବେ ସୁଦ୍ଧା ୭୫,୦୬୨ ଲୋକଙ୍କ ଜୀବନ ନେଇସାରିଲାଣି। ଦେଶରେ କରୋନା ସଂକ୍ରମଣ ମାମଲା ୪୪ ଲକ୍ଷ ଟପିଗଲାଣି ଓ ଏବେ ସୁଦ୍ଧା ୩୪,୭୧,୭୮୩ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି।