ଶପଥ ନେଲେ ନରେନ୍ଦ୍ର ମୋଦି, ତୃତୀୟ ଥର ହେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି। ସେ ଦେଶର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ହିନ୍ଦୀ ଭାଷାରେ ହିଁ ଶପଥ ଗ୍ରହଣ କରିଛନ୍ତି। ଶପଥ ପାଠ ପରେ ଦେଶରେ ମୋଦି ୩.୦ ସରକାର ଆରମ୍ଭ ହୋଇ ଯାଇଛି। ୨୦୨୪ ଓ ୨୦୧୯ରେ ମଧ୍ୟ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଥମ ଥର ଓ ୨୦୧୯ରେ ଦ୍ୱିତୀୟ ଥର ହୋଇଥିଲେ ପିଏମ୍‌। ୨୦୦୧ରୁ ୨୦୧୪ ଯାଏଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବି ଥିଲେ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.