'କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରିବା ଆବଶ୍ୟକ, ବିକାଶ ହିଁ ମୁଖ୍ୟ ଫୋକସ୍'- ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | February 20, 2021 IST

ନୂଆଦିଲ୍ଲୀ,୨୦/୦୨:   ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଗଭର୍ଣ୍ଣିଂ କାଇନସିଲର ବୈଠକ ଚାଲିଛି । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ପ୍ରଦେଶର ଉପ ରାଜ୍ୟପାଳଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଏହି ଦୃଷ୍ଟିରୁ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ । ମହାମାରୀ ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦେଶକୁ ସଫଳ କରିବା ପାଇଁ ମିଳିତ ଭାବେ କାମ କରିଛନ୍ତି । ବିକାଶ ହିଁ ମୁଖ୍ୟ ଫୋକସ୍ ହେବା ଦରକାର । ୨୦୧୪ରୁ ସହର ଓ ଗ୍ରାମାଞ୍ଚଳରେ ୨.୪ କୋଟିରୁ ଅଧିକ ଘର ତିଆରି ହୋଇଛି । ନୂଆ ମଡେଲରେ ମଜବୁତ ଘର ତିଆରି ହେବ । ଘରୋଇ କ୍ଷେତ୍ର ଦେଶର ବିକାଶରେ ଉତ୍ସାହର ସହ ଆଗକୁ ବଢୁଛନ୍ତି । ଏହା ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବ ।

ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ଯେ, ଭାରତରେ କୃଷି କ୍ଷେତ୍ର ଉପରେ ଜୋର୍ ଦେବାକୁ ପଡିବ । ଏହି କ୍ଷେତ୍ରରେ ଦେଶ ପାଖରେ ଅଧିକ କ୍ଷମତା ରହିଛି । କୃଷି ଉତ୍ପାଦର କ୍ଷତି କମ୍ କରିବା ଆବଶ୍ୟକ । କୃଷି ପ୍ରଧାନ ଦେଶ ସତ୍ତ୍ୱେ ୬୫୦୦୦-୭୦ ହଜାର କୋଟିର ଖାଇବା ତେଲ ଆମଦାନୀ କରିବାକୁ ହେଉଛି । ଏହାକୁ ବନ୍ଦ କରାଯାଇ ପାରିବ । କୃଷକଙ୍କୁ ଲାଭ ମିଳିବା ଦରକାର । ସେମାନଙ୍କୁ ଅଳ୍ପ ଗାଇଡ୍ କରିବାକୁ ହେବ । ବଜେଟ ପରେ ସକରାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ଦେଶର ମୁଡ୍ ଅଟେ । ଦେଶର ମନକୁ ଗଢିବା ପାଇଁ ଯୁବକଙ୍କ ଅବଦାନ ରହିଛି । କେନ୍ଦ୍ର ସରକାର ବିଭିନ୍ନ ସେକ୍ଟର ପାଇଁ ପିଏଲଆଇ ସ୍କିମ୍ ଆରମ୍ଭ କରିଛନ୍ତି । ଏହାଦ୍ୱାରା ନିବେଶ ବଢିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.