oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବିଶ୍ୱଭାରତୀ ରବିନ୍ଦ୍ରନାଥ ଟାଗୋରଙ୍କ ଚିନ୍ତା ଓ ପରିଶ୍ରମର ଏକ ସଫଳ ରୂପାୟନ

24/12/2020 at 3:14 PM

କୋଲକାତା, ୨୪୧୨ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷୀକି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ ଛାଚ୍ରଛାତ୍ରୀଙ୍କୁ ସମ୍ବୋଧନ ମଧ୍ୟ ଦେଇଛନ୍ତି । ସମ୍ବୋଧନରେ ସେ ସ୍ୱାମୀ ବିବେକାନନ୍ଦ, ରବିନ୍ଦ୍ରନାଥ ଟାଗୋରଙ୍କ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହି ଦୁଇ ମହାନାୟକ ସର୍ବଦା ରାଷ୍ଟ୍ରବାଦର ପ୍ରେରଣା ଦେଇଥାନ୍ତି ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁରୁଦେବଙ୍କ ବଡ ଭାଇ ସତ୍ୟେନ୍ଦ୍ର ନାଥ ଟାଗୋରଙ୍କୁ ନିଯୁକ୍ତି ଗୁଜୁରାରେ ହୋଇଥିଲା । ସେତେବେଳେ ରବିନ୍ଦ୍ରନାଥ ଟାଗୋର ଅହମ୍ମଦାବାଦ ଆସୁଥିଲେ । ଗୁଜୁରାଟର ଝିଅ ଗୁରୁଦେବଙ୍କ ବୋହୂ ହୋଇଥିଲେ । ଗୁରୁଦେବ ସର୍ବଦା ଲକ୍ଷ୍ୟପ୍ରାପ୍ତି ପାଇଁ ଏକଲା ଚାଲିବାକୁ କହୁଥିଲେ । ବିଶ୍ୱଭାରତୀ ପ୍ରତିଷ୍ଠା ପଛରେ ବିଶ୍ୱଗୁରୁଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଚିନ୍ତନ ରହିଛି । ସ୍ୱାଧିନତା ଅନ୍ଦୋଳନ ବେଳେ ପଶ୍ଚିମବଙ୍ଗ ହିଁ ଦେଶକୁ ଦିଗ ଦେଇଥିଲା । ଏହାସହ ଗୁରୁଦେବଙ୍କ ଦର୍ଶନ ହିଁ ଆତ୍ମନିର୍ଭର ଭାରତ ପାଇଁ ସାର ସଦୃଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ,  ରାମକୃଷ୍ଣ ପରମହଂସଙ୍କ ପାଇଁ ଦେଶ ସ୍ୱାମୀ ବିବେକାନନ୍ଦଙ୍କୁ ପାଇଥିଲା । ପଶ୍ଚିମବଙ୍ଗର ଅନେକ ଯୋଦ୍ଧା ମରଣକୁ ଖାତିର ନକରି ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ । ଯାହା ରାଷ୍ଟ୍ରବାଦର ଛବିକୁ ପ୍ରଦର୍ଶିତ କରିଥାଏ ।  ଏହାସହ ମୋଦୀ ରାମାନୁଚାର୍ଯ୍ୟଙ୍କ ସହ, ମୀରାବାଇ, କବୀର ଦାସ, ସୁରଦାସଙ୍କ ଉଦାହରଣ ଦେଇଥିଲେ ।

ଏତତ୍ ବ୍ୟତୀତ ଚଳିତ ବର୍ଷ କରୋନା ପାଇଁ ବିଶ୍ୱଭାରତୀରେ ମେଳାର ଆୟୋଜନ ହୋଇନାହିଁ । ଯେଉଁମାନେ କଳାକୃତି ତିଆରି କରିଛନ୍ତି ତାକୁ ଅନଲାଇନରେ ବିକ୍ରି କିପରି କରାଯିବ ସେନେଇ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।

   Related Posts