କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମହାରାଷ୍ଟ୍ରରୁ ୪ ମନ୍ତ୍ରୀ; ଏନସିପି ଓ ଶିବସେନାର ରହିଛି ଭାଗ

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ: ମୋଦି ୩.O ସରକାର ଆରମ୍ଭ । ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଏହା ସହିତ ଏନଡିଏ ସରକାରରେ କିଛି ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ମୋଦିଙ୍କ କ୍ୟାବିନେଟରେ ମହାରାଷ୍ଟ୍ରର ନେତାଙ୍କୁ ପୁଣି ଥରେ ସାମିଲ୍ କରାଯାଇଛି। ମହାରାଷ୍ଟ୍ରରୁ ନୀତିନ ଗଡକରୀ, ପିୟୁଷ୍ ଗୋୟଲ ଏବଂ ପ୍ରତାପରାଓ ଯାଦବଙ୍କୁ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ସାଂସଦ ରାମଦାଶ ଆଠାଓ୍ବଲେଙ୍କୁ ମଧ୍ୟ ମୋଦିଙ୍କ ମନ୍ତ୍ରିପରିଷଦରେ ସୁଯୋଗ ମିଳିଛି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ସରକାରରେ ନୀତିନ୍ ଗଡକରୀ ଓ ପିୟୁଷ ଗୋୟଲଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିଥିଲା । ଏହି ଦୁଇ ସାଂସଦ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ସମ୍ଭାଳିଥିଲେ । ନୀତିନ ଗଡକରୀ ସଡ଼କ ପରିବହନ ଦାୟିତ୍ବ ତୁଲାଇଥିଲେ ଏବଂ ପିୟୁଷ ଗୋୟଲଙ୍କୁ ବାଣିଜ୍ୟ ଓ ବୟନ ଶିଳ୍ପ ବିଭାଗ ସମ୍ଭାଳିଥିଲେ । ତେବେ ଅଭିଜ୍ଞତା ଦୃଷ୍ଟିରୁ ଏହି ଦୁଇ ବରିଷ୍ଠ ନେତାଙ୍କୁ ମୋଦି ୩.O ସରକାରରେ ପୁଣି ମନ୍ତ୍ରୀପଦ ମିଳିଛି । ତେବେ ଉଭୟ ନେତାଙ୍କୁ କ୍ୟାବିନେଟରେ ବଡ଼ ଦାୟିତ୍ବ ମିଳିବା ନେଇ ସୂଚନା ରହିଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି । ପ୍ରତାପରାଓ ଯାଦବଙ୍କୁ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରତାପରାଓ ଯାଦବ ମହାରାଷ୍ଟ୍ର ବିଧାନସଭାକୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୯୫-୧୯୯୯ ପର୍ଯ୍ୟନ୍ତ ସେ ଶିବସେନା-ବିଜେପି ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ   । ପ୍ରତାପରାଓ ଶିବସେନା ସିନ୍ଦେ ଗୋଷ୍ଠୀର ସବୁଠାରୁ ବରିଷ୍ଠ ସାଂସଦ । ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି । ସେପଟେ ଏନସିପିର ଅଜିତ୍ ପାଓ୍ବାର ଗୋଷ୍ଠୀରେ ଜଣେ ସାଂସଦଙ୍କୁ ମନ୍ତ୍ରୀପଦ ମିଳିଛି । ରାମଦାଶ ଆଠାଓ୍ବଲେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.