ମୋଦୀ ୩.୦ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି, ଭୂଟାନ, ଶ୍ରୀଲଙ୍କା ସମେତ ଅନେକ ଦେଶର ନେତାକୁ ନିମନ୍ତ୍ରଣ

Published By : Prameya-News7 Bureau | June 06, 2024 IST

ନୂଆଦିଲ୍ଲୀ ୦୬/୦୬: ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ହେଉଥିବା ନରେନ୍ଦ୍ର ମୋଦୀ ସରକାର ଏଥର କିନ ଚଳାଇବେ ମେଣ୍ଟ ସରକାର । ବୁଧବାର ଦିନ ଦିଲ୍ଲୀରେ ଏନଡିଏର ମୁଖ୍ୟମାନଙ୍କର ଏକ ବୈଠକରେ ଏପରି ନିଷ୍ପତ୍ତି ହୋଇଛି । 

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ରମାଗତ ତୃତୀୟ ଥର ପାଇଁ ଏହା ଏକ ଐତିହାସିକ ଜନାଦେଶ ଯାହା ୬୦ ବର୍ଷ ପରେ ଭାରତରେ ଗ୍ରହଣ କରାଯାଇଛି । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାର ଗୁରୁତ୍ୱାରୋପ କରିଥିଲେ ଯେ କୌଣସି ସମୟ ନଷ୍ଟ ନକରି ଯଥାଶୀଘ୍ର ସରକାର ଗଠନ କରାଯାଉ । 

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏନଡିଏର ପରବର୍ତ୍ତୀ ବୈଠକ ଜୁନ୍ ୭ ରେ ଅନୁଷ୍ଠିତ ହେବ । ନରେନ୍ଦ୍ର ମୋଦୀ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବେ । ଏହା ପରେ ସେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇ ସରକାର ଗଠନ ପାଇଁ ଦାବି କରିବେ। 

ଏଭଳି ପରିସ୍ଥିତିରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ୩.୦ ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ବିଶ୍ୱ ନେତାଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଏହି ସମୟରେ ନରେନ୍ଦ୍ର ମୋଦୀ ତାଙ୍କ ଶପଥ ଗ୍ରହଣ ପାଇଁ ଭୁଟାନ ନରେଶ, ଶ୍ରୀଲଙ୍କାର ରାଷ୍ଟ୍ରପତି, ନେପାଳ, ବାଂଲାଦେଶ ଏବଂ ମରିସସର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। କହିବାକୁ ଗଲେ ଲୋକସଭା ନିର୍ବାଚନର ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ କ୍ରମାଗତ ଭାବେ ସାରା ବିଶ୍ୱରୁ ଶୁଭେଚ୍ଛା ଗ୍ରହଣ କରାଯାଉଛି । 

ଆମେରିକାର ରାଷ୍ଟ୍ରପତି ବାଇଡେନ, ଋଷର ରାଷ୍ଟ୍ରପତି ପୁଟିନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ବାର୍ତ୍ତା ଆସିଛି । ବୁଧବାର ସନ୍ଧ୍ୟାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ହସିନା ମଧ୍ୟ ମୋଦିଙ୍କୁ ଡାକି ତାଙ୍କ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୋଦି ପ୍ରଧାନମନ୍ତ୍ରୀ ହସିନାଙ୍କୁ ନିମନ୍ତ୍ରଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.