ନୂଆଦିଲ୍ଲୀ୧୧/୨: ଦିଲ୍ଲୀରେ ପୁଣି ଆପ୍ ସରକାର । ୬୨ ଟି ଆସନ ସହ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ଦିଲ୍ଲୀ ଗାଦି ପୁଣି ଦଖଲ କରିଛନ୍ତି କେଜ୍ରିୱାଲଙ୍କ ଆପ୍ ଟିମ୍ । ଦଳ ଦଳ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀ , ମୋଦି ଓ ଅମିତ୍ ଶାହାଙ୍କ ଘନ ଘନ ନିର୍ବାଚନ ପ୍ରଚାର ସତ୍ତ୍ବେ ଦିଲ୍ଲୀ ଆସନ ହାସଲ କରିପାରି ନାହିଁ ବିଜେପି ।କଂଗ୍ରେସ ଗତ ଥର ଭଳି ଏଥର ଖାତା ଖୋଲି ପାରାନାହିଁ ।
ଦିଲ୍ଲୀରେ ପୁଣି ଚାଲିଲା ଝାଡୁ। ଯାହା ପୂର୍ବାନୁମାନ କରାଯାଉଥିଲା ତାହାହିଁ ହେଲା । ଦିଲ୍ଲୀରେ ପୁଣି ଅରବିନ୍ଦ୍ର କେଜ୍ରିୱାଲ୍ ସିଂହାସନ ଦଖଲ କରିଛନ୍ତି। ଆମ ଆଦମି ପାର୍ଟି କାର୍ଯ୍ୟାଳୟରେ ସମର୍ଥକଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେହିଠାରୁ ହିଁ ସମ୍ବୋଧନ କରି ଦିଲ୍ଲୀ ବାସିଙ୍କୁ ଧନବାଦ ଜଣାଇଥିଲେ। ଆମ୍ବିଆନ୍ସ ଆଉ ସେପଟେ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରିଛନ୍ତି ମନିଷ ଶିଷୋଦିଆ। ଦି୍ଲୀରେ ଦେଖାଇଛନ୍ତି ଆପ୍ କା ଦମ୍ । ଭୋଟ୍ ଗଣତି ଆରମ୍ଭରୁ ହିଁ ଆପ୍ ଆଗରେ ରହିଥିଲା । ଦିନ ୧୧ ଟା ସୁଦ୍ଧା ଆପ୍ ୫୬ ଟି ଏବଂ ୧୪ ଟି ସିଟ୍ରେ ଆଗୁଆ ରହିଥିଲା । ହେଲେ ସମୟ ଗଡିବା ସହ ଆପ୍ ସିଟ୍ ସଂଖ୍ୟା କିଛି କମିଯାଇଥିଲା ଲାଗୁଥିଲା ବିଜେପି ସ୍ଥିତି ମଜଭୁତ କରିବ। ହେଲେ ଅପରାହ୍ନ ୩ଟା ବେଳକୁ ଆପ୍ ୬୩ ସିଟ୍ରେ ଆଗୁଆ ରହିଥିଲା । ଗତଥର ଆପ୍ ୬୭ ଟି ସିଟ୍ ପାଇଥିବା ବେଳେ ବିଜେପି ହାସଲ କରିଥିଲା ୩ ଟି ସିଟ୍ । ଏଥର ବିଜେପି ସିଟ୍ ସଂଖ୍ୟା କିଛିଟା ବଢିଥିଲେ ବି ଆପ୍ ଯେ ଦିଲ୍ଲୀବାସୀଙ୍କ ହୃଦୟ ଜିଣିଛି ତାହା ଫଳାଫଳରୁ ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲାଙ୍କ ସମେତ ଆପ୍ର ଦିଗଜ୍ ନେତା ମନୀଷ ସିସୋଦିଆ, ରାଘବ ଚଢା, ଅତିଶି, ଗୋପାଲ ରାୟ, ସୋମନାଥ ଭାରତୀ, ରାକ୍ଷୀ ବିଡାଲଙ୍କ ଭଳି ନେତା ବିଜୟୀ ହୋଇଛନ୍ତି ।ତେବେ ବିଜେପିର କପିଲ ମିଶ୍ରା, ତେଜିନ୍ଦର ପାଲ୍ ସିଂ ବଗା, ସୁରିନ୍ଦର ପାଲ ସିଂଙ୍କ ଭଳି ନେତା ହାରିଛନ୍ତି । ସେହିଭଳି କଂଗ୍ରେସର ଅଳକା ଲାମ୍ବା, ଅରବିନ୍ଦର ସିଂ ଲବଲି, ହାରନ୍ ୟୁସଫ, କୃଷ୍ଣା ତିରଥଙ୍କ ଭଳ ବଡ ନେତା ମାଟି କାମୁଡିଛନ୍ତି । ଦିଲ୍ଲୀରେ ଏଥର ବିଜେପି ଖୁବ୍ ଆଶା ବାନ୍ଧିଥିଲେ ଦୀର୍ଘ ବର୍ଷ ପରେ କ୍ଷମତାକୁ ଫେରିବା ଲାଗି। ହେଲେ ପଦ୍ମ ପୋଖରୀରେ ପୁଣି ଦିଲ୍ଲୀକି ଶର୍ଦ୍ଦି ମାଡ଼ିଗଲା। ଆଉ ସେପଟେ କଂଗ୍ରେସ ଯେମିତି ଆତ୍ମସମର୍ପଣ କରିଦେଇଛି।
ଆପ୍ ସରକାର ଦିଲ୍ଲୀରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଓ ବିକାଶକୁ ମୁଦ୍ଦା କରିଥିଲା । ଏହି କ୍ଷେତ୍ରରେ ସରକାର କରିଥିବା ବିଭିନ୍ନ ଉନ୍ନୟନ ମୂଳକ କାମର ତାଲିକା ନେଇ ଭୋଟରଙ୍କୁ ପାଖକୁ ଯାଇଥିଲା । ଯାହାକୁ ଗ୍ରହଣ କରି ଲୋକେ ଆପ୍କୁ ଭୋଟ୍ ଦେଇଥିଲେ । ହେଲେ ଅନ୍ୟପଟେ ୭ଟିରୁ ୭ ଟି ଯାକ ଲୋକସଭା ସିଟ୍ ବିଜେପି ଜିତିଥିଲେ ବି ବିଜେପିକୁ ଦିଲ୍ଲୀ ବିଧାନସଭା ଦେବା ଲାଗି ଲୋକେ ନାପସନ କରିଛନ୍ତି। ୧୪ ତାରିଖରେ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି କେଜ୍ରିୱଲା।
ଦିଲ୍ଲୀ ନିର୍ବାଚନରେ ଆପ୍ ର ବିପୁଳ ସଂଖ୍ୟାଗରିଷ୍ଠତା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦିଲ୍ଲୀ ବାସୀଙ୍କର ଆଶା ଆକାଂକ୍ଷା ପୁରଣ କରିବାରେ କେଜରିୱାଲ ସଫଳ ହେବେ ବୋଲି ମୋଦି ଆଶା ରଖିଛନ୍ତି। ମୋଦିଙ୍କ ଶୁଭେଚ୍ଛା ଟ୍ବିଟ୍ ରେ ସଙ୍ଗେ ସଙ୍ଗେ ଧନ୍ୟବାଦ ଜଣାଇଛନ୍ତି କେଜରିୱାଲ। ଏହାସହିତ ଦିଲ୍ଲୀକୁ ବିଶ୍ବସ୍ତରୀୟ ସହର କରିବା ପାଇଁ କେନ୍ଦ୍ର ସହିତ ମିଶି କାମ କରିବା ନେଇ ସେ ଆଶା ପ୍ରକାଶ କରିଛନ୍ତି।