Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ସରିଲା ଗୋପାଳ ଦାସର ନାର୍କୋ ଟେଷ୍ଟ, ରବିବାର ଫେରିବ ଝାରସୁଗୁଡା

11/02/2023 at 3:24 PM

ଝାରସୁଗୁଡା ୧୧/୦୨: ଶେଷ ହେଲା ଗୋପାଳ ଦାସର ନାର୍କୋ ଟେଷ୍ଟ । ତିନି ଦିନ ଧରି ଗୁଜୁରାଟର ଗାନ୍ଧିନଗର ଡିଏଫ ଏସଏସରେ ଚାଲିଥିବା ନାର୍କୋ ଟେଷ୍ଟ ପ୍ରକ୍ରିୟା ଶେଷ ହୋଇଛି । ଅପେକ୍ଷା ପରୀକ୍ଷା ରିପୋର୍ଟକୁ । ନାର୍କୋ ଟେଷ୍ଟ ସମୟରେ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ତାର କାରଣ ଜାଣିବାକୁ ପ୍ରୟାସ କରିଥିଲା କ୍ରାଇମବ୍ରାଞ୍ଚ ଟିମ । ରବିବାର ଝାରସୁଗୁଡା ଫେରିବ ଗୋପାଳ ।

ସୂଚନା ଥାଉକି, ନାର୍କୋ ଟେଷ୍ଟର ତୃତୀୟ ଦିନରେ ଗୋପାଳ ସମ୍ପୁର୍ଣ୍ନ ସୁସ୍ଥ ଥିବା ଜଣାପଡିଛି । ଶନିବାର ଗୋପାଳର ଶେଷ ପର୍ଯ୍ୟାୟ ନାର୍କୋ ଟେଷ୍ଟ କରାଯାଇଛି । ଗୁଜୁରାଟର ଗାନ୍ଧି ନଗର ଠାରେ ଥିବା ଡି ଏସ ଏଫ ଏଲରେ ଗୋପାଳକୁ ଦିନ ୧୦ ଟା ବେଳେ ପହଁଚାଇଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଗୋପାଳକୁ ଟେଷ୍ଟ ସେଣ୍ଟର ଭିତରକୁ ନେଇଥିଲେ ବିଶେଷଜ୍ଞ ଦଳ ।

ଶୁକ୍ରବାର ଗୋପାଳ ଶରୀରରେ ପ୍ରୟୋଗ କରାଯାଇଥିବା ସୋଡିୟମ ପେଣ୍ଟାଥଲର ପରିମାଣ କେତେ ରହିଛି ତାର ପରୀକ୍ଷା କରାଯାଇଥିଲା । ଏହାପରେ ଗୋପାଳ ଶରୀରର ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା । ପ୍ରାୟ ଛ ଘଣ୍ଟା କାଳ ଗୋପାଳର ପରୀକ୍ଷା ଚାଲିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୁଚନା ମିଳିଛି ।

ଆସନ୍ତା କାଲି ମଧ୍ୟ ଗୋପାଳକୁ ଡିଏଫଏସଏସକୁ ଅଣାଯିବ । ସେଠାରେ ଗୋପାଳର ମାନସିକ ସ୍ଥିତି ସମ୍ପର୍କରେ ପରୀକ୍ଷା କରିବେ ସାଇକୋଲୋଜି ଡାକ୍ତର । ଏହାପରେ ଅପରାହ୍ନରେ ଗୋପାଳକୁ କ୍ରାଇମବ୍ରାଞ୍ଚ ଟିମ ଧରି ଝାରସୁଗୁଡା ଫେରିବ ବୋଲି ସୁଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ।

ଆସନ୍ତା ୧୩ ତାରିଖରେ ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେଉଛି । ଏହାପରେ ଗୋପାଳକୁ ଜେଲ ପଠାଇ ଦିଆଯିବ । ଗୋପାଳର ପୁର୍ବରୁ କରାଯାଇଥିବା ସମସ୍ତ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିବ । ସମସ୍ତ ରିପୋର୍ଟ ପାଇବା ପରେ ଗୋପାଳ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଛି ତାର ଖୁଲାସା କରିବ କ୍ରାଇମବ୍ରାଞ୍ଚ ।

   Related Posts