କରୋନା କଟକଣାକୁ ଦଳିମକଚି ଦେଲେ : ନାରାୟଣୀ ମନ୍ଦିରରେ ଶହଶହ ଶ୍ରଦ୍ଧାଳୁ, ଜମୁଛି ଭୋଜି ଭାତର ଆସର

Published By : Prameya-News7 Bureau | January 09, 2022 IST

ଖଲ୍ଲିକୋଟ, ୦୯/୦୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଗଞ୍ଜାମରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ନେଇ ଗଞ୍ଜାମ ଜିଲ୍ଲାପାଳ ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲାର କୌଣସି ପିକନିକ ସ୍ଥାନରେ ଭୋଜି ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ଆହୁରି ମଧ୍ୟ ରବିବାରରୁ ଆସନ୍ତା ଫେବୁଆରୀ ୧ ତାରିଖ ସକାଳ ୫ଟା ପ୍ରର୍ଯ୍ୟନ୍ତ ମନ୍ଦିର ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଖଲ୍ଲିକୋଟ ବ୍ଲକରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।

ନାରାୟଣୀ ମନ୍ଦିର ଖୋଲା ରହିବା ଶହ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଏପରିକି ଉକ୍ତମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଭୋଜି ରନ୍ଧା ଯାଉଥିବା ଦେଖିବାକୁ ମିଳିଛି । ଯାହାକି କୋଭିଡ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛି ।ମନ୍ଦିରରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସର ମଧ୍ୟ ଦେଖା ନାହିଁ । ଅନ୍ୟ ଜିଲାରୁ ବହୁ ପର୍ଯ୍ୟଟକମାନେ ଆସି ପିକନିକ ଓ ମାଆଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.