ନାରାୟଣ ନିର୍ଦ୍ଦୋଶ ଏବଂ ତାକୁ ଛାଡିଦେବା ପାଇଁ ନୟାଗଡ ଏସପିଙ୍କ ପାଖରେ ଗୁହାରି କଲେ ସ୍ତ୍ରୀ ଓ ପରିବାର, ଏପଟେ ଟ୍ବିନ ସିଟି ପାଲଟିଲାଣି କ୍ରାଇମ କ୍ୟାପିଟାଲ

Published By : Prameya-News7 Bureau | July 31, 2019 IST

ଭୁବନେଶ୍ବର୩୧|୭: କଟକରେ କୋକୁଆ ଭୟ ଖେଳାଇଥିବା ସିରିଏଲ କିଲରକୁ ପୋଲିସ ଧରିବା ପରେ ଏବେ ତାକୁ ନେଇ ଚାରିଆଡେ ଚର୍ଚ୍ଚା । ପ୍ରଶ୍ନ ଉଠିଛି ସତରେ କ’ଣ ପୋଲିସ ହାତରେ ଧରାପଡିଥିବା ନାରାୟଣ ନରହନ୍ତା  । ପୋଲିସ ନାରାୟଣକୁ ସାଇକୋ କିଲର କହୁଥିବା ବେଳେ ତାଙ୍କ ପତ୍ନୀ, ବାପା ଏବଂ ଗାଁ ଲୋକେ କିନ୍ତୁ ଏହାକୁ ସହଜରେ ବିଶ୍ବାସ କରୁନାହାନ୍ତି । ନାରାୟଣ ନିର୍ଦୋଶ ବୋଲି ଦାବି କରିବା ସହ ତୁରନ୍ତ ତାଙ୍କୁ ଖଲାସ କରିବାକୁ ଆଜି ନୟାଗଡ ଏଏସ୍‌ପିଙ୍କ ନିକଟରେ ଗୁହାରୀ କରିଛନ୍ତି ।

{"id":139398}

ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ । ଲୋକେ ତାତିଲେଣି ରାସ୍ତାକୁ ଓହ୍ଲାଲେଣି। ରସୁଲଗଡ଼ରେ ଜଣେ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ତାଙ୍କୁ ଖଣ୍ଡାରେ ହାଣି ୫୦ହଜାର ଟଙ୍କା ଝାମ୍ପିନେଇଥିଲେ ଦୁର୍ବୃତ୍ତ । ଫଳରେ ଲୋକେ ରାସ୍ତା ଅବରୋଧ କରିଥିଲେ। କଟକ-ଭୁବନେଶ୍ବର ରାସ୍ତାକୁ ଦୀର୍ଘ ସମୟ ଧରି ଟାୟାର ଜାଳି ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ପୋଲିସ କମିଶନର ଓ ଡିସିପି ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । 

{"id":139399}

କ୍ରାଇମ୍ କ୍ୟାପିଟାଲ ପାଲଟିଛିକଟକ- ଭୁବନେଶ୍ବର ଟ୍ବିନ ସିଟି। ପୋଲିସ ପ୍ରତି ରହୁନି ଭୟ । ଗତ କିଛି ଦିନରେ ଯେମିତି ଅପରାଧୀମାନେ ସହରକୁ କବଜା କରି ରଖିଛନ୍ତି।  ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ଘଟିଛି ୬ ଟି ଏମିତି ଘଟଣା । ଗତକାଲି ଭୋର ୪ ଟା ରେ ମଞ୍ଚେଶ୍ବର ଥାନା ଆଦିମାତା କଲୋନୀରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରେ ଲୁଟ। ଭୋର ୫ ଟା ଗାଡ଼କଣରେ ବ୍ଲାକ୍ ପଲସରରେ ଆସି ୩ଜଣ ଦୁର୍ବୃତ୍ତ ମାଉଜର ମୁନରେ ଦମ୍ପତିଙ୍କ ଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟିଲେ । ଗତକାଲି ଦିନ ସାଢ଼େ ଗୋଟାଏରେ ପୁରୀ ବାଇପାସ୍ ରେ ଥିବା ମହିମା ମୋଟର୍ସର ମାଲିକ ତଥା ବିଲଡର ତାପସ ରଞ୍ଜନ ପରିଡ଼ାଙ୍କୁ ଗୁଳିମାଡ଼ କରି ୪ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଗାଡ଼ି ସୋ’ରୁମକୁ ଆସିଥିବା ଗ୍ରାହକଙ୍କ ଠାରୁ ମଧ୍ୟ ୨ଲକ୍ଷ ଟଙ୍କା ଝାମ୍ପିନେଇଥିଲେ । ଠିକ୍ ସେଇ ସମୟରେ ସହିଦ ନଗର ହୋଟେଲ ଏମ୍ପାୟାର୍ସ ସାମ୍ନାରୁ ଏକ କାର କାଚ ଭାଙ୍ଗି ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

{"id":139403}

ସେପଟେ କଟକ ସିରିଏଲ କିଲରକୁ ନେଇ ଏବେବି ସସ୍ପେନ୍‌ସ ହଟୁନି।  ପୋଲିସ ହାତରେ ଧରାପଡିଥିବା ସାଇକୋ କିଲର ନାରାୟଣ ନରହନ୍ତା କି ନୁହେଁ ତାକୁ ନେଇ ଦେଖାଦେଇଛି ବିବାଦ ।  ପୋଲିସ ନାରାୟଣକୁ ସାଇକୋ କିଲର କହୁଥିବା ବେଳେ ତାଙ୍କ ପତ୍ନୀ, ବାପା ଏବଂ ଗାଁ ଲୋକେ କିନ୍ତୁ ଏହାକୁ ସହଜରେ ବିଶ୍ବାସ କରୁନାହାନ୍ତି । ନାରାୟଣ ନିର୍ଦ୍ଦୋଶ ବୋଲି ଦାବି କରିବା ସହ ତୁରନ୍ତ ତାଙ୍କୁ ଖଲାସ କରିବାକୁ ଆଜି ନୟାଗଡ ଏଏସ୍‌ପିଙ୍କ ନିକଟରେ ଗୁହାରୀ କରିଛନ୍ତି ।

{"id":139404}

ଏ ସବୁ ଘଟଣା ଏବେ କମିଶନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଏଥିରୁ ମୁକୁଳିବାକୁ ପୋଲିସ କି ପଦକ୍ଷେପ ନେଉଛି, ଆଉ ଏଥିରେ କେତେ ସଫଳ ହେଉଛି ତାହା ହିଁ ହେବ ପୋଲିସର ସଫଳତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.