କମ୍ବିଂ ଅପରେସନ୍ ବେଳେ ବିସ୍ଫୋରକ ଠାବ, ପାଟ୍ରୋଲିଂ ବେଳେ ସିଜ୍ କଲେ ସୁରକ୍ଷାବାହିନୀ
28/12/2022 at 2:36 PM

ନାରାୟଣପାଟଣା ୨୮।୧୨ : କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ ବିସ୍ଫୋରକ ଠାବ। କମ୍ବିଂ ଅପରେସନ ସମୟରେ ଲିକ୍ୟୁଡ଼ ବୋମା ନିଷ୍କ୍ରିୟ କଲେ ଯବାନ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବାଲିପେଟା ନିକଟ ବାୟାମିରି ପାହାଡରୁ ଲିକ୍ୟୁଡ଼ ବୋମାକୁ ଉଦ୍ଧାର କରି ନଷ୍ଟ କରିଛି ବିଏସଏଫ ।
ଖବର ଅନୁଯାୟୀ, ବିଏସଏଫ ଯବାନଙ୍କ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଏହାକୁ ଠାବ କରାଯାଇଛି । ଡ୍ରମ ମଧ୍ୟରେ ମାଟି ତଳେ ପୋତାଯାଇଥିବା ଅବସ୍ଥାରେ ବିସ୍ଫୋରକକୁ ଠାବ କରାଯାଇଥିଲା । ବମ ନିଷ୍କ୍ରିୟ ଟିମ୍ ଦ୍ବାରା ବିସ୍ପୋରକକୁ ନଷ୍ଟ କରିଛି ବିଏସଏଫ। ଏନେଇ ନାରାୟଣପାଟଣା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
Related Posts
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023