କୁଇନ ଏଲିଜାବେଥଙ୍କ ଠାରୁ ମଧ୍ୟ ଅଧିକ ଧନୀ ଏହି ଭାରତୀୟ ବଂଶୋଭଦ, ଜାଣନ୍ତୁ କିଏ

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୦୪/୧୨ : ଧନୀ ତାଲିକାରେ ଇଂଲଣ୍ଡର ମହାରାଣୀ କୁଇନ୍ ଏଲିଜାବେଥଙ୍କୁ ପଛରେ ପକାଇ ଦେଇଛନ୍ତି ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି । ଲଣ୍ଡନର ଏକ ସମ୍ବାଦପତ୍ର ‘ଦି ଗାର୍ଡିଆନ’ର ତଥ୍ୟ ଅନୁଯାୟୀ ଋିଷି ସୁନାକ୍ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ମଲ୍ଟି ମିଲିୟନ୍ ପାଉଣ୍ଡ ସମ୍ପତ୍ତି ଘୋଷଣା କରିବାରେ ବିଫଳ ହୋଇଥିଲେ ଯାହା ତାଙ୍କୁ ରାଣୀ ଏଲିଜାବେଥଙ୍କ ଅପେକ୍ଷା ଅଧିକ ଧନୀ କରିଥିଲା ।

ଅକ୍ଷତାଙ୍କର ଇନଫୋସିସରେ ୪୩୦ ମିଲିୟନ ଡଲାର ମୂଲ୍ୟର ସେୟାର ରହିଛି, ଯାହା ପ୍ରାୟ ୪ ହଜାର ୨ ଶହ କୋଟି ଟଙ୍କା ହେବ ।  ଇଂଲଣ୍ଡର ମହାରାଣୀ କୁଇନ୍ ଏଲିଜାବେଥଙ୍କୁ ସମ୍ପତ୍ତି ପ୍ରାୟ ୩୫୦ ମିଲିୟନ ଡଲାର ଯାହା ପ୍ରାୟ ୩ ହଜାର ୪ ଶହ କୋଟି ଟଙ୍କା ହେବ ।

ବ୍ରିଟିଶ ଆଇନ ଅନୁଯାୟୀ ପ୍ରତ୍ୟେକ ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ସେମାନଙ୍କର ସମସ୍ତ ଆର୍ଥିକ ବିବରଣୀ ତଥା ପରିବାର ସଦସ୍ୟଙ୍କ ବିଷୟରେ ଖୋଲାଖୋଲି ଭାବରେ ଘୋଷଣା କରିବା କଥା । ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ସୁନାକଙ୍କ ଆର୍ଥିକ ବିବରଣୀରେ କେବଳ ତାଙ୍କ ପତ୍ନୀଙ୍କର କାଟାମରାନ ଭେଞ୍ଚର୍ସ ନାମକ ଏକ ଛୋଟ ବ୍ରିଟେନ ଭେଞ୍ଚର କ୍ୟାପିଟାଲ୍ ଫାର୍ମର ମାଲିକାନା ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.