LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର

27/03/2023 at 11:36 AM

ଭୁବନେଶ୍ବର ୨୭।୩: ସଂସଦରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି । ଯେହେତୁ ଗଣତନ୍ତ୍ର ନାହିଁ, ତେଣୁ ଗୃହ ଚାଲି କି ଲାଭ । ଯେଉଁଠି ସମ୍ବିଧାନକୁ ବେଖାତିର କରାଯାଏ, ସେ ବିଧାନସଭା ହେଉ କି ସାଂସଦ ହେଉ ତାହାର ଗୁରୁତ୍ୱ ହରାଇଥାଏ । ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ଦାବି କରିଛି କଂଗ୍ରେସ । ସମ୍ବିଧାନକୁ ସମ୍ମାନ ଦେଇ କାମ କରାଯାଉ ବୋଲି ନରସିଂହ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଥିଲା I ଏ ନେଇ ଲୋକସଭା କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ଲୋକ ପ୍ରତିନିଧି ଆଇନ ଅନୁସାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଥିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖଥିଲା । ତେବେ ଗତ ୨୩ ତାରିଖରେ ସୁରଟର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ ମସିହାରେ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ଉପରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲେ I ରାହୁଲ ଗାନ୍ଧୀ ୨୦୧୯ମସିହାରେ ଏକ ସଭାରେ କହିଥିଲେ, ‘ସବୁ ଚୋରମାନଙ୍କ ସାଙ୍ଗିଆ ମୋଦି ହେଲା କେମିତି I’ ରାହୁଲଙ୍କ ଏଭଳି ମନ୍ତବ୍ୟ ମୋଦି ସାଙ୍ଗିଆଧାରୀଙ୍କ ପ୍ରତି ଅପମାନ ଦର୍ଶାଇ ଗୁଜରାଟର ଜଣେ ବିଜେପି ନେତା ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ I ଯାହାର ଶୁଣାଣି କରି ଏପରି ରାୟ ଶୁଣାଇଥିଲେ କୋର୍ଟ ।

   Related Posts