Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ଏଥର ବି ବିଧାନସଭାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠିବ : ନରସିଂହ ମିଶ୍ର

9/03/2023 at 1:08 PM

ଭୁବନେଶ୍ବର ୯।୩: ଆସନ୍ତାକାଲିଠୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେଉଛି । କ’ଣ ପ୍ରସଙ୍ଗ ଉଠିବ ସେ ନେଇ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏଥର ବି ବିଧାନସଭାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି  ପ୍ରସଙ୍ଗ ଉଠିବ । ଖଣି ଦୁର୍ନୀତି,  ଦରଦାମ ବୃଦ୍ଧି, ବିଦ୍ୟୁତ କାଟ୍ ବିଷୟରେ ଆଲୋଚନା ହେବ ।

ନବ ଦାସ ହତ୍ୟାକାଣ୍ଡ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ନିର୍ଯାସ ବାହାରି ପାରିନି । କାହିଁକି ହତ୍ୟା ହେଲା ଏବେ ଯାଏଁ ଜଣା ପଡୁନାହିଁ । କ୍ରାଇମବ୍ରାଞ୍ଚ ସାମ୍ବାଦିକ ସମ୍ମିଳନୀ କରି ସତ କହୁ । ଲୋକଙ୍କ ମନରେ ଥିବା ଦ୍ଵନ୍ଦ ଦୂର ହେବ । ଷଡଯନ୍ତ୍ର ସମ୍ପର୍କରେ ସ୍ୱୀକାର କରିଛନ୍ତି ସରକାର । କିନ୍ତୁ ଏ ଦିଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ  ମୁଖ୍ୟମନ୍ତ୍ରୀ କିଛି କହିଲେ ନାହିଁ । ଷଡଯନ୍ତ୍ର ସମ୍ପର୍କରେ ତଦନ୍ତ ହେଉଛି କିନ୍ତୁ ସରକାର ଲୁଚାଉଛନ୍ତି ବୋଲି ନରସିଂହ କହିଛନ୍ତି । ସେଥିପାଇଁ ସନ୍ଦେହ ବଢୁଛି, ସସପେକ୍ଟ କିଏ ?

ଅନ୍ୟ ପ୍ରସଙ୍ଗ ଚାଷୀ ସମସ୍ୟା ଉତ୍କଟ କଥା ବି ଉଠିବ । ଗୃହରେ ସରକାର ଅସତ୍ୟ ପରିବେଷଣ କରୁଛନ୍ତି ବୋଲି ନରସିଂହ କହିଛନ୍ତ ।

ନବ ଦାସ ହତ୍ୟା ପ୍ରସଙ୍ଗରେ ନରସିଂହ ଉଠାଇଥିବା ପ୍ରସଙ୍ଗରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ତଦନ୍ତ ସରିନି କ୍ରାଇମବ୍ରାଞ୍ଚ କେମିତି କହିବ ? ବିରୋଧୀଙ୍କ କାମ ସବୁ କଥାକୁ ବିରୋଧ କରିବା । ପ୍ରତିଦିନ କ’ଣ କ୍ରାଇମବ୍ରାଞ୍ଚ ପ୍ରେସମିଟ୍ କରି କହିବ । ବିଧାନସଭାରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି ।

   Related Posts