ସର୍ବପୁରାତନ ଦଳ କଂଗ୍ରେସ, ସବୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ୍ ଅଛି : ନରସିଂହ ମିଶ୍ର

Published By : Prameya-News7 Bureau | March 30, 2023 IST

ଭୁବନେଶ୍ବର ୩୦।୩: ଝାରସୁଗୁଡା ଉପ-ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ସର୍ବପୁରାତନ ଦଳ କଂଗ୍ରେସ । ସବୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ୍ ଅଛି । ନିର୍ବାଚନ ଲଢ଼ିବା ପାଇଁ କଂଗ୍ରସ ପ୍ରସ୍ତୁତ । କଂଗ୍ରେସ ଦଖଲରେ ଥିବା ନିର୍ବାଚନମଣ୍ଡଳୀ ହେଉଛି ଝାରସୁଗୁଡା କହିଲେ ଭୁଲ ହେବନି । ନେତା ପଛରେ ଲୋକ ଯାଆନ୍ତି । ସେ ନେତା ନାହାନ୍ତି ତେଣୁ କଂଗ୍ରସକୁ ଲୋକେ ଫେରିବେ ।

ଆଇନ ଶୃଙ୍ଖଳା ହେବ କଂଗ୍ରେସର ମୁଦ୍ଦା । ଲୋକଙ୍କୁ ସରକାର ସୁରକ୍ଷା ଦେଇପାରୁନାହାନ୍ତି । ଯେଉଁ ଦଳ ସରକାର ଗଠନ କରିଛି ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି । ଦରଦାମ ବୃଦ୍ଧି, ପର କ୍ୟାପିଟାରେ ଝାରସୁଗୁଡା୧ ନଂ କିନ୍ତୁ ପିଇବା ପାଣି ମିଳୁନି, ଲୋକଙ୍କ ପାଖରେ ପହଁଚିବା ଦରକାର । ଯାହା ଫଳରେ କଂଗ୍ରେସ ଜିତିବ, ସବୁଠାରୁ ବଡ଼ ମୁଦ୍ଦା ହେବ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ।

ସାରା ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବିଗିଡି ଯାଇଛି ଆଇନ ଶୃଙ୍ଖଳା, ସୁପ୍ରିମକୋର୍ଟ ଅର୍ଡର ମାନୁନାହାନ୍ତି ସରକାର । ତାହେଲେ ଆଇନ ଶୃଙ୍ଖଳା କେମିତି ଅଛି ଅନୁମାନ କରିହେଉଛି । ଶାସକ ଦଳ ଯାହା କଲେ ମାଫ୍ । ମିଥ୍ୟା କେଶ୍ ଲଗେଇ ଦିଆଯାଉଛି ବିରୋଧୀଙ୍କ ଉପରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.